ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ୍ ରାଣାପ୍ରତାଙ୍କ ଶେଷକୃତ୍ୟ ସଂପନ୍ନ

You are currently viewing ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ୍ ରାଣାପ୍ରତାଙ୍କ ଶେଷକୃତ୍ୟ ସଂପନ୍ନ

ଅନୁଗୁଳ: ତାମିଲନାଡ଼ୁର କୁନ୍ନୁର ଠାରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ସହ ସହିଦ ହୋଇଥିବା ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ଶନିବାର ସହିଦ

ଯବାନଙ୍କ ପାର୍ଥିବ ଶରୀରକୁ ଜନ୍ମମାଟିରେ ଅନ୍ତିମ ସଂସ୍କାର କରାଯାଇଛି। ଯବାନଙ୍କ ପାର୍ଥିବ ଶରୀରରେ ପୁତୁରା ଆଶିଷ ଦାସ ମୁଖାଗ୍ନି ଦେଇଥିଲେ। ଜନ୍ଦାବାହାଳ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପାର୍ଥିବ ଶରୀର ଦର୍ଶନ କରିବା ପାଇଁ ବହୁ ଦୂରଦୂରାନ୍ତରୁ

ଲୋକେ ଭିଡ ଲଗାଇଥିଲେ। ବିଭିନ୍ନ ଦଳର ନେତା ସମ୍ମାନ ଜଣାଇଥିଲେ। ତାଙ୍କୁ ରାଷ୍ଟ୍ରୀୟ ସମ୍ମାନର ସହିତ ଗାର୍ଡ ଅଫ୍‌ ଅର୍ନର ଦିଆଯାଇଥିଲା।

ସମ୍ପର୍କୀୟ, ଶୁଭେଚ୍ଛୁ ଓ ସ୍ଥାନୀୟ ଲୋକ ଶ୍ମଶାନରେ ଅନ୍ତିମ ସମ୍ମାନ ଜଣାଇଥିଲେ। ହଜାର ହଜାର ସଂଖ୍ୟାରେ ଲୋକ ବୀର ଯବାନଙ୍କ ଏହି ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ।

Share

Leave a Reply