ଅନୁଗୁଳ: ଚାଳକ ନିଯୁକ୍ତି ଦାବିରେ ଅନୁଗୁଳ ଜିଲ୍ଲା କଣିହାଁ କୋଇଲା ଖଣି ପରିସରରେ ଆରଏସ୍ଏସ୍ ଠିକାସଂସ୍ଥା ଗ୍ୟାରେଜ୍ ସମ୍ମୁଖରେ ଶନିବାର ପୂର୍ବାହ୍ନରୁ ଧାରଣା ଦିଆଯାଇଛି। ମହାନଦୀ କୋଲ୍ ଫିଲ୍ମ କଂଟ୍ରାକଚୁଆଲ୍ ୱାର୍କର୍ସ ୟୁନିଅନ୍ର ସାଧାରଣ ସମ୍ପାଦକ ନରହରି ସାହୁଙ୍କ ନେତୃତ୍ବରେ ୭୯ ଜଣ ଚାଳକ ଏହି ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି। ଆନ୍ଦୋଳନକୁ ସମର୍ଥନ ଜଣାଇ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଧାରଣାରେ ସାମିଲ୍ ହୋଇଥିଲେ । ଫଳରେ ଖଣି ପରିସର ଆର୍ଏସ୍ଏ ଠିକାସଂସ୍ଥା ସାଇଡିଂରେ ମାଟି ଓ କୋଇଲା ଉତ୍ତୋଳନ, ପରିବହନ ସଂପୂର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ଆର୍କେଟିସି ଠିକାସଂସ୍ଥାର ସାଇଡିଂ ପରିବହନ ଓ ଉତ୍ତୋଳନ କାମ ସ୍ଵାଭାବିକ ରହିଥିଲା। ଖଣି ମହାପ୍ରବନ୍ଧକ କେ. କେ. ରାଉଳ ଓ ସଂପୃକ୍ତ ଠିକାସଂସ୍ଥାର ଅଧିକାରୀ ଆନ୍ଦୋଳନସ୍ଥଳକୁ ପହଁଚି ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥି ଜଣାପଡିଛି। ଚାଳକ ନିଯୁକ୍ତି ନଦେବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।
ଧାରଣାରେ ସାମିଲ ହେଲେ ବିଧାୟକ
- Post published:September 26, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
