ହିଞ୍ଜାଗୋଳାରେ ପରମ୍ପରା ଓ ଉତ୍ସାହର ସହ ପାଳିତ ହେଲା ରଜ ମହୋତ୍ସବ

You are currently viewing ହିଞ୍ଜାଗୋଳାରେ ପରମ୍ପରା ଓ ଉତ୍ସାହର ସହ ପାଳିତ ହେଲା ରଜ ମହୋତ୍ସବ

ଅନୁଗୋଳ: ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ରଜ, ଚଳିତ ବର୍ଷ ହିଞ୍ଜାଗୋଳା ଗ୍ରାମରେ ବେଶ୍‌ ଉତ୍ସାହର ସହ ପାଳିତ ହୋଇଯାଇଛି। ଗତ ୧୧ ବର୍ଷ ଧରି ପରମ୍ପରା ମୁତାବକ, ଏଠାରେ ତିନି ଦିନ ବ୍ୟାପୀ ଏହି ମହୋତ୍ସବ ଆୟୋଜିତ ହୋଇଆସୁଛି।

ଉତ୍ସବ ଅବସରରେ ପୁଚି, କବାଡ଼ି, ମ୍ୟୁଜିକ ଚେୟାର, ହୁଳହୁଳି ଓ କୁଇଜ୍‌ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଆୟୋଜିତ ନାଚଗୀତ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା। ମୁଖ୍ୟ ଅତିଥି ଭାବେ ସମାଜସେବୀ ରଘୁନାଥ ରଣା ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।

ଏହି ଅବସରରେ ସଦାଶିବ ନାୟକ, ଉମା ପାତ୍ର, ଲିନା ସାଏ ଓ ଦୁଃଶାସନ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମହୋତ୍ସବ ସଭାନେତ୍ରୀ ସୁକୁମାରୀ ନାୟକ ଓ ସମ୍ପାଦିକା ସନ୍ଧ୍ୟାରାଣୀ ନାୟକଙ୍କ ନେତୃତ୍ୱରେ ଗ୍ରାମର ତରୁଣୀ ଓ ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଏହି ଉତ୍ସବରେ ପ୍ରାୟ ୫୦୦ରୁ ଅଧିକ ଦର୍ଶକ ସାମିଲ ହୋଇଥିଲେ।

Share

Leave a Reply