ଯୌତୁକ ନିର୍ଯାତନା; ସ୍ବାମୀ, ଶ୍ଵଶୁରଙ୍କ ନାଁରେ ମାମଲା

You are currently viewing ଯୌତୁକ ନିର୍ଯାତନା; ସ୍ବାମୀ, ଶ୍ଵଶୁରଙ୍କ ନାଁରେ ମାମଲା

ଅନୁଗୁଳ: ବଅଁରପାଳ ଥାନା ବଉଳିଗଡ଼ ଗ୍ରାମର ତେଜସ୍ବିନୀ ସାହୁ (୨୯)ଙ୍କୁ ଯୌତୁକ ନିର୍ଯାତନା ଦିଆଯିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଛି । ବାପଘରୁ ଅଧିକ ଟଙ୍କା, ଗାଡ଼ି ଆଣିବାକୁ ବାଧ୍ୟ କରି ଶ୍ବଶୁର ଘର ଲୋକ ତେଜସ୍ୱିନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିବା ଏତଲାରେ ଦର୍ଶାଯାଇଛି । ପୁଲିସ ଏ ସଂକ୍ରାନ୍ତରେ ଅଭିଯୋଗକାରିଣୀଙ୍କ ସ୍ବାମୀ ତନୁଜ ସାହୁ (୩୦) ଓ ଶ୍ୱଶୁରଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତେଜସ୍ବିନୀଙ୍କ ବାପ ଘର ସମଲ ଡଙ୍ଗରପଡ଼ା ଗ୍ରାମରେ ହୋଇଥିଲା ବେଳେ ୧୦ ବର୍ଷ ତଳେ ସେ ତନୁଜଙ୍କୁ ବିବାହ କରିଥିଲେ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

Share

Leave a Reply