ଆଠମଲ୍ଲିକ ଏବଂ ବଇଣ୍ଡା ଅବକାରୀ ବିଭାଗକୁ ବଡ଼ ସଫଳତା: ବିପୁଳ ଗଞ୍ଜେଇ ଜବତ, ୨ ଗିରଫ

You are currently viewing ଆଠମଲ୍ଲିକ ଏବଂ ବଇଣ୍ଡା ଅବକାରୀ ବିଭାଗକୁ ବଡ଼ ସଫଳତା: ବିପୁଳ ଗଞ୍ଜେଇ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏବଂ ବଇଣ୍ଡା ଅବକାରୀ ବିଭାଗକୁ ବଡ଼ ସଫଳତା। ସ୍ଥାନୀୟ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଇଣ୍ଡା ଓ ଆଠମଲ୍ଲିକ ଅବକାରୀ ବିଭାଗ ତରଫରୁ ଆଜି ପାଟ୍ରୋଲିଙ୍ଗକୁ କଡ଼ାକଡ଼ି କରାଯାଇଥିଲା। ଏହି ସମୟରେ ବଇଣ୍ଡା ଦେଇ ଆଠମଲ୍ଲିକ ରୋଡ଼ରେ ଯାଉଥିବା ଏକ କାର ଉପରେ ସନ୍ଦେହ ହେବାରୁ ପୋଲିସ ପିଛା କରି ବଡ଼ହୁଲା ଛକ ଠାରେ ସକାଳ ପ୍ରାୟ ୪.୪୫.ସମୟରେ ଧରିଥିଲା। ଯାଞ୍ଚ କରିବାରୁ ଗାଡ଼ିରୁ ପ୍ରାୟ ୧୪୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୪ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି। ଏଥି ସହ ଚାଲାଣରେ ସମ୍ପୃକ୍ତ ଜରପଡା ଥାନା କୁସକିଳା ଗ୍ରାମର ଦେବାର ସାହୁ(୨୩) ଏବଂ ରିପକ ସାହୁ(୨୩ )ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଚଢ଼ାଉରେ ଆଠମଲ୍ଲିକ ତଥା ବଇଣ୍ଡା ଅବକାରୀ ବିଭାଗର ମାନସ ରଞ୍ଜନ ପଧାନ, ଅମର ଦ୍ଵୀପ ଖୁଜୁର, ରମେଶ ଚନ୍ଦ୍ର ବେହେରା, ରୂପାଲି ବେହେରା, ସଂଗ୍ରାମ କେଶୋରୀ ଦେହୁରୀ, ଅଜିତ୍ କୁମାର ଭୋଇ, ବଇଣ୍ଡା ଅବକାରୀ ଅଧିକାରିଣୀ ରଞ୍ଜିତା ହରିଚନ୍ଦନ ପ୍ରମୁଖ ସାମିଲ୍ ଥିଲେ।

Share

Leave a Reply