ଅନୁଗୁଳ: ଖଲାରୀ ହାଇସ୍କୁଲ ପଡ଼ିଆରେ ଗୁରୁବାର ଠାରୁ ଆରମ୍ଭ ହୋଇଛି ଦ୍ବିତୀୟ ଆନ୍ତଃଜିଲ୍ଲା ଦୌଡ଼କୁଦ ଓ କ୍ରୀଡ଼ା ପ୍ରତିଯୋଗିତା। ଖଲାରୀର ରାମେଶ୍ଵର ୟୁଥ କ୍ଲବ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ପ୍ରକାଶ ଚନ୍ଦ୍ର ଗଡ଼ନାୟକ ଉଦ୍ଘାଟନ କରିଛନ୍ତି । ସମ୍ମାନିତ ଅତିଥି ଭାବେ ସ୍ୱେଚ୍ଛାସେବୀ ବ୍ରହ୍ମଜ୍ୟୋତି ମିଶ୍ର, ନେହରୁଯୁବ କେନ୍ଦ୍ରର ଯୁବ ସଂଯୋଜକ ପ୍ରଦୀପ କୁମାର, ବରିଷ୍ଠ ଶିକ୍ଷକ ଜୟନ୍ତ କୁମାର ପାଲିତ ଓ ବିଜେପିର ୩ ନମ୍ବର ଜୋନ୍ ମଣ୍ଡଳ ସଭାପତି ଲୋଚନ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଏହି ୪ ଦିନିଆ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୫ ଶହରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଛନ୍ତି। ଚଳିତ ବର୍ଷ ଦୌଡ଼କୁଦ ସହ ଫୁଟବଲ, ଭଲିବଲ, କ୍ରିକେଟ, କ୍ୟାରମ୍ ଓ ଚେସ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରଥମ ଦିନର ଖେଳକୁ ବରିଷ୍ଠ ଖେଳ ଶିକ୍ଷକ ସଞ୍ଜୟ ପ୍ରଧାନ, ଅଖିଲ ତ୍ରିପାଠୀ ଓ ପ୍ରକାଶ ଚନ୍ଦ୍ର ଗଡ଼ନାୟକ ପରିଚାଳନା କରିଥିଲେ। ରାମେଶ୍ଵର ୟୁଥ୍ କ୍ଲବର ସଭାପତି ଶୁଭ୍ରାଂଶୁ ଶେଖର ସାହୁ, ସମ୍ପାଦକ ସୁଶିଲ କୁମାର ସାହୁ, ପ୍ରଶାନ୍ତ ମହାକୁଡ, ଗୌରୀଶଙ୍କର ସାହୁ, ଅଭିଜିତ୍ ସାହୁ, ସାଗର ସାହୁ, ସଙ୍ଗେଶ୍ଵର ସାହୁ, ବିଭୀଷଣ ସାହୁ, ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳ ଆୟୋଜନ କରିଥିଲେ।
ଆନ୍ତଃ ଜିଲ୍ଲା ଦୌଡ଼କୁଦ ଓ କ୍ରୀଡ଼ା ଆରମ୍ଭ
- Post published:December 24, 2021
- Post category:କ୍ରୀଡ଼ା
- Post comments:0 Comments
- Post author:Angul TV Bureau

Tags: Angul