ଖବର କାଗଜ ବିତରକମାନଙ୍କୁ ପ୍ରଦାନ କରାଗଲା ଆର୍ଥିକ ପ୍ରୋତ୍ସାହନ

You are currently viewing ଖବର କାଗଜ ବିତରକମାନଙ୍କୁ ପ୍ରଦାନ କରାଗଲା ଆର୍ଥିକ ପ୍ରୋତ୍ସାହନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖବରକାଗଜ ବିତରକମାନଙ୍କୁ କୋଭିଡର ଆର୍ଥିକ ସହାୟତା ଓ ସାମାଜିକ ନିରାପତ୍ତା ପ୍ରଦାନ କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଭର୍ଚ୍ଚୁଆଲ ମୋଡରେ ଶୁଭାରମ୍ଭ କରିଛନ୍ତି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଖବରକାଗଜ ବିତରକମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଡେପୁଟୀ କଲେକ୍ଟର ବଇତୁରା ଦିପ୍, ଜିଲ୍ଲା ଶ୍ରମ ଅଧିକାରିଣୀ ଇତିଶ୍ରୀ ଗାଗରାଇଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଖବରକାଗଜ ବିତରକମାନେ ଯୋଗ ଦେଇଥିଲେ। ସୂଚନା ଯେ, ଜିଲ୍ଲାରେ ୧୭୯ ଜଣଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ।

Share

Leave a Reply