ଅନୁଗୁଳ: ସ୍ଥାନୀୟ ଗାନ୍ଧୀମାର୍ଗ ସ୍ଥିତ ଓମ ରେସିଡେନ୍ସିରେ ଗତ ୪ ତାରିଖରେ ପ୍ରିତମ ଅଗ୍ରୱାଲାଙ୍କ କାର ପାର୍କିଙ୍ଗରେ ଥିଲାବେଳେ ପରଦିନ ସକାଳେ ସେ ତାଙ୍କ କାରର ଚାରୋଟି ଯାକ ଚକାକୁ କେହି ହାଣି ଦେଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ରେସିଡେନ୍ସିର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ତେବେ ସବୁଠୁ ଆଶ୍ଚର୍ଯ୍ୟ ର କଥା ହେଲା ସିସିଟିଭିରେ ରାତି ୩:୩୯ ରୁ ଦଶ ମିନିଟର ଫୁଟେଜ ଗାଏବ ହୋଇଯାଇଥିଲା। ସୁରକ୍ଷା କର୍ମୀ ଏହାର ଉତ୍ତର ଦେଇ ପାରିନଥିବା ବେଳେ ପ୍ରିତମ ରେସିଡେନ୍ସିର ସୋସାଇଟିରେ ଅଭିଯୋଗ କରିଛନ୍ତି। ପ୍ରିତମ ପରିବାର ସହ ସେଠାରେ ଗତ ସାତ ବର୍ଷ ଧରି ରହୁଥିବା ବେଳେ ପୂର୍ବରୁ ମଧ୍ୟ ତାଙ୍କ ଗାଡିକୁ କେହି ପଂକଚର କରି ଦେଇଥିଲା। ବ୍ୟକ୍ତିଗତ ଶତ୍ରୁତାରୁ କେହି ଏଭଳି କରୁଥିବା ଅନୁମାନ କରାଯାଉଛି।
ଅସୁରକ୍ଷିତ ଓମ୍ ରେସିଡେନ୍ସି! କାର ଚକା ହାଣି ଦେଲେ ଦୁର୍ବୁତ୍ତ
- Post published:January 5, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul
