ଅନୁଗୁଳରେ ବୀଭତ୍ସ ହତ୍ୟାକାଣ୍ଡ: ପ୍ରେମ ସମ୍ପର୍କକୁ ନେଇ ଯୁବକକୁ ହତ୍ୟା, ଅଭିଯୁକ୍ତ ଫେରାର

You are currently viewing ଅନୁଗୁଳରେ ବୀଭତ୍ସ ହତ୍ୟାକାଣ୍ଡ: ପ୍ରେମ ସମ୍ପର୍କକୁ ନେଇ ଯୁବକକୁ ହତ୍ୟା, ଅଭିଯୁକ୍ତ ଫେରାର
{"fte_image_ids":[],"remix_data":[],"source_tags":[],"source_ids":{},"source_ids_track":{},"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"addons":1},"is_sticker":false,"edited_since_last_sticker_save":true,"containsFTESticker":false}

ଅନୁଗୋଳ: ପ୍ରେମକୁ ନେଇ ବୀଭତ୍ସ ହତ୍ୟା। ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଳୁଅକଟା ଗ୍ରାମ ପଞ୍ଚାୟତର କୁମ୍ଭକର୍ଣ୍ଣ ସାହିରେ ଶନିବାର ରାତି ପ୍ରାୟ ସାଢ଼େ ନଅଟା ସମୟରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ସେହି ଗ୍ରାମର ହେମନ୍ତ ବେହେରା (୪୦)।

ସୂଚନା ମୁତାବକ, ହେମନ୍ତଙ୍କ ଝିଆରୀଙ୍କୁ ସରଧାପୁର ଅଞ୍ଚଳର ଜଣେ ଯୁବକ ପ୍ରେମ କରୁଥିଲେ ଏବଂ ତାଙ୍କୁ ବିବାହ କରିବା ପାଇଁ ବାରମ୍ବାର ଚାପ ପକାଉଥିଲେ। ହେମନ୍ତଙ୍କ ପରିବାର ଏହି ବିବାହକୁ ବିରୋଧ କରିଥିଲେ। ଏହି କଥାକୁ ନେଇ ଶନିବାର ରାତିରେ ହେମନ୍ତ ଓ ଉକ୍ତ ଯୁବକଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଘଟଣା ସମୟରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଜଣକ ହେମନ୍ତଙ୍କୁ ଆକ୍ରମଣ କରିଥିଲେ, ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ତାଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି।

Share

Leave a Reply