ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ଠାକୁରଗଡ଼-ରଣିଆକଟା ପୂର୍ତ୍ତ ବିଭାଗ ରାସ୍ତାର ଜାମୁନାଳ ପୋଲ ନିକଟରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ହୋଇଛି। ନିର୍ମାଣର ପ୍ରଥମ ବର୍ଷାରେ ହିଁ ନିମ୍ନମାନର କାମ ଯୋଗୁଁ ପୋଲର ପାର୍ଶ୍ଵ ରାସ୍ତା ଧୋଇଯାଇ ବିପଦସଙ୍କୁଳ ଅବସ୍ଥାରେ ଥିଲା। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୂର୍ତ୍ତ ବିଭାଗ ତତ୍ପରତା ପ୍ରକାଶ କରିଛି। ବିଭାଗ ପକ୍ଷରୁ ଜେସିବି ଲଗାଇ ତୁରନ୍ତ ରାସ୍ତା ମରାମତି କରାଯାଇଛି। ବର୍ତ୍ତମାନ ରାସ୍ତାଟି ଯାତାୟାତ ପାଇଁ ଉପଯୁକ୍ତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ସୁବିଧାରେ ଯିବା ଆସିବା କରୁଛନ୍ତି। ଖବର ପ୍ରସାରଣ ପରେ ପ୍ରଶାସନର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।
ଖବର ପ୍ରସାରଣ ପରେ ଜାଗିଲା ପୂର୍ତ୍ତ ବିଭାଗ, ମରାମତି ହେଲା ଧୋଇଯାଇଥିବା ରାସ୍ତା
- Post published:July 12, 2026
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul





