ରହସ୍ୟଜନକ ଭାବେ ବନ୍ଦ ଜାତୀୟ ରାଜପଥ ସଂଯୋଗୀ ରାସ୍ତା, ଅସୁବିଧାରେ ଜନସାଧାରଣ

You are currently viewing ରହସ୍ୟଜନକ ଭାବେ ବନ୍ଦ ଜାତୀୟ ରାଜପଥ ସଂଯୋଗୀ ରାସ୍ତା, ଅସୁବିଧାରେ ଜନସାଧାରଣ

ଅନୁଗୋଳ: ସହର ଉପକଣ୍ଠ ଛେଳିଆପଡା ସ୍ଥିତ ୫୫ ନମ୍ବର ଜାତୀୟ ରାଜପଥ ବାଇପାସ ସଂଯୋଗୀ ରାସ୍ତାକୁ ରହସ୍ୟଜନକ ଭାବେ ବନ୍ଦ କରିଦିଆଯାଇଛି। କିଏ ଓ କାହିଁକି ଏହା ବନ୍ଦ କଲେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମହୀଧରପୁର ଅଞ୍ଚଳରୁ ଆସୁଥିବା ଲୋକଙ୍କ ପାଇଁ ଏହି ରାସ୍ତାଟି ଜାତୀୟ ରାଜପଥକୁ ଉଠିବାର ମୁଖ୍ୟ ସଂଯୋଗୀ ପଥ ଥିଲା। ଦୈନିକ ଶହ ଶହ ଲୋକ ଏହା ଦେଇ ଯାତାୟତ କରନ୍ତି। ଏ ସମ୍ପର୍କରେ ଜାତୀୟ ରାଜପଥ ପ୍ରାଧିକରଣର ଟିମ୍ ମୁଖ୍ୟ ବଦ୍ରିନାରାୟଣ ପାଣ୍ଡେଙ୍କୁ ଯୋଗାଯୋଗ କରାଯିବା ପରେ ସେ ସ୍ପଷ୍ଟ କରିଛନ୍ତି ଯେ, ବିଭାଗ ତରଫରୁ କୌଣସି ରାସ୍ତା ବନ୍ଦ କରାଯାଇନାହିଁ। ତେବେ କିଏ କାହିଁକି ରାସ୍ତା ବନ୍ଦ କଲା ତାହା ଜଣାପଡ଼ିନାହିଁ। ଏନେଇ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ରାସ୍ତା ଖୋଲିବା ପାଇଁ ସାଧାରଣରେ ଦାବି ହୋଇଛି।

Share

Leave a Reply