ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ଵାରୋପ କରୁଛନ୍ତି। ନିଯୁକ୍ତି ପ୍ରକ୍ରିୟାକୁ ଆହୁରି ଗତିଶୀଳ କରିବା ପାଇଁ ସରକାର ଏକ ନିଯୁକ୍ତି କକ୍ଷ(ରିକ୍ୟୁଟମେଣ୍ଟ ସେଲ୍ଫ) ଗଠନ କରିଛନ୍ତି। ଏହିକ୍ରମରେ ରାଜ୍ୟ ସରକାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ ୧୪ଟି ନୂତନ ପଦ ସୃଷ୍ଟି କରିଛନ୍ତି। ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ଅଧିକାରୀ ସ୍ତରୀୟ ସୁପରିୟର ପ୍ରଶାସନିକ ଗ୍ରେଡ୍ର ଜଣେ ଅଧିକାରୀ ଜିଏ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ହେବେ। ସେହିପରି ଜଣେ ସୁପରଟାଇମ୍ ସ୍କେଲ ହାରରେ ଦରମା ପାଉଥିବା ଓଏଏସ୍ ଅଧିକାରୀ ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇବେ। ଅପରପକ୍ଷରେ ଓଡ଼ିଶା ସଚିବାଳୟ ସେବା (ଗ୍ରୁପ-ଏ/ ବରିଷ୍ଠ ଶାଖା)ର୨ଜଣ ଅଧିକାରୀ ଉପ ସଚିବ ଭାବେ ନିୟୋଜିତ ହେବେ। ସେହିପରି ଓଡ଼ିଶା ସଚିବାଳୟ ସେବା କ୍ୟାଡରରୁ ୪ ଜଣ ଅଧିକାରୀ ସେକ୍ସନ ଅଫିସର(ଶାଖା ଅଧ୍ୟାକାରୀ) ଏବଂ ୬ଜଣ ଏଏସଓ (ସହାୟକ ଶାଖା ଅଧିକାରୀ) ଭାବେ ନିଯୁକ୍ତି ହେବେ ।
ନିଯୁକ୍ତି ପ୍ରକ୍ରିୟା ଅନୁଧ୍ୟାନ କରିବା ପାଇଁ ନୂତନ ସେଲ୍ ଗଠିତ
- Post published:November 11, 2021
- Post category:ଅନ୍ୟାନ୍ୟ / ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul