୨ୟ ଦିନରେ ୪୮୮ ଜଣଙ୍କ ନାମାଙ୍କନପତ୍ର ଦାଖଲ

0

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ମଙ୍ଗଳବାର ୨ୟ ଦିନରେ ତ୍ରିସ୍ତରୀୟ ପଞ୍ଚୟତ ନିବର୍ବାଚନ ପ।ଇଁ ୪୮୮ ଜଣ ପ୍ରାର୍ଥିଙ୍କ ନାମାଙ୍କନପତ୍ର ଦାଖଲ ହୋଇଛି। ଜିଲା ପରିଷଦ ପାଇଁ କୌଣସି ନାମାଙ୍କନପତ୍ର ଦାଖଲ ହୋଇନାହିଁ। ଜିଲ୍ଲାରେ ୩୯୩ ଜଣ ୱାର୍ଡ ସଭ୍ୟ, ୪୬ ଜଣ ସରପଞ୍ଚ ଓ ୪୯ ଜଣ ପଞ୍ଚାୟତ ସମିତି ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେଥିମଧ୍ୟରୁ ଅନୁଗୁଳ ବ୍ଲକ୍‌ରେ ୭୫ ଜଣ ୱାର୍ଡ ସଭ୍ୟ, ୭ ଜଣ ସରପଞ୍ଚ, ୮ ଜଣ ପଞ୍ଚାୟତ ସମିତି ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବଅଁରପାଳ ବ୍ଲକ୍‌ରେ ୩୫ ଜଣ ୱାର୍ଡ ସଭ୍ୟ, ୫ ଜଣ ସରପଞ୍ଚ ଓ ୪ ଜଣ ସମିତି ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଛେଣ୍ଡିପଦା ବ୍ଲକ୍‌ରେ ୩୭ ଜଣ ୱାର୍ଡ଼ ସଭ୍ୟ, ୩ ଜଣ ସରପଞ୍ଚ ଓ ୨ ଜଣ ସମିତି ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତାଳଚେର ବ୍ଲକ୍‌ରେ ୧୦୪ ଜଣ ୱାର୍ଡ ସଭ୍ୟ, ୧୨ ଜଣ ସରପଞ୍ଚ ଓ ୨୬ ଜଣ ସମିତି ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି। କଣିହାଁ ବ୍ଲକ୍‌ରେ ୪୦ ଜଣ ୱାର୍ଡ ସଭ୍ୟ, ୫ ଜଣ ସରପଞ୍ଚ ଓ ଜଣେ ସମିତି ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆଠମଲ୍ଲିକ ବ୍ଲକ୍‌ରେ ୩୩ ୱାର୍ଡ ସଭ୍ୟ, ୭ ସରପଞ୍ଚ ଓ ଜଣେ ସମିତି ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି। କିଶୋରନଗର ବ୍ଲକ୍‌ରେ ୩୧ ଜଣ ୱାର୍ଡ଼ ସଭ୍ୟ, ୩ ଜଣ ସରପଞ୍ଚ ଓ ୨ ଜଣ ସମିତି ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିଭଳି ପାଲଲହଡ଼ା ବ୍ଲକ୍‌ରେ ୩୮ ଜଣ ୱାର୍ଡ ସଭ୍ୟ, ୪ ଜଣ ସରପଞ୍ଚ ଓ ଜଣେ ସମିତି ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି।

Leave A Reply

Your email address will not be published.

error: Content is protected !!