ଲୁହା ଚୋରିକରି ଜଣେ ଗିରଫ

You are currently viewing ଲୁହା ଚୋରିକରି ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ସହରର ତମ୍ରିତ୍ କଲୋନୀ ନିକଟରେ ନିର୍ମାଣାଧିନ ପୋଲରୁ ଲୁହା ଚୋରିକରି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ସୂଚନା ମୁତାବକ, ସୋଭାଗ୍ୟ ନଗରର ଗୋପବନ୍ଧୁ ଦାସ ଶୁକ୍ରବାର ସକାଳେ ନିର୍ମାଣାଧିନ ପୋଲ ନିକଟରୁ ଏକ ଲୁହା ଷ୍ଟାଣ୍ଡ ଚୋରିକରି ନେଇଥିଲେ। ଏ ନେଇ ଠିକା ସଂସ୍ଥାର ମ୍ୟାନେଜର ବିରଞ୍ଚି ନାରାୟଣ ପଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ଗୋପବନ୍ଧୁଙ୍କୁ ଗିରଫ କରିବାସହ ଲୁହା ଷ୍ଟାଣ୍ଡକୁ ଜବତ କରିଛି। ଅଭିଯୁକ୍ତ ଗୋପବନ୍ଧୁଙ୍କୁ କୋର୍ଟ ଚାଲାଣ କରିଛି।

Share

Leave a Reply