ଅନୁଗୁଳ: ଛନ୍ଦ କବି ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କ ଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଗଡନାୟକ ସ୍ମୃତି କମିଟି ଅନୁଗୁଳ ପକ୍ଷରୁ ବୁଧବାର ସକାଳ ୮ଟା ସମୟରେ ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଥିବା ପ୍ରତିମୂର୍ରିରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ।ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର,ଶିକ୍ଷାବିତ ଡ଼ା ଧରଣୀଧର ନାଥ,କୁମୁଦ ଚନ୍ଦ୍ର ଦାସ,ସମାଜସେବୀ ସୁଶାନ୍ତ ତ୍ରିପାଠୀ,ପର୍ଶୁରାମ ଦାଶ, ସୂର୍ଯ୍ୟକାନ୍ତ ନାଥ ପ୍ରମୁଖ ଯୋଗ ଦେଇ କବିଙ୍କ ସୃଷ୍ଟି ସମ୍ଭାର ଉପରେ ଆଲୋଚନା କରିଥିଲେ।କବି ରାଧାମୋହନଙ୍କ ଛନ୍ଦ ବଦ୍ଧ କବିତାରେ ପ୍ରକୃତି ଉପାସନା,ଦେଶପ୍ରେମର ଝଙ୍କାର କିଭଳି ପାଠକୀୟ ଆଦୃତି ଲାଭ କରିଥିଲା ତାହା ଅତିଥିମାନେ ଆଲୋଚନା କରିଥିଲେ।କବିଙ୍କ ଗାଁ କଲଣ୍ଡାପାଳ ଏବଂ କିଶୋରନଗର ଠାରେ ଓଡିଶା ସାହିତ୍ୟ ସଂସଦ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ପଦ୍ମଶ୍ରୀ ରାଧାମୋହନଙ୍କ ଜୟନ୍ତୀ ପାଳିତ
- Post published:August 25, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul