ମେଡିକାଲ ଭିତରେ ଅବାଧ ଗାଡି ପ୍ରବେଶ ଉପରେ କଟକଣା

You are currently viewing ମେଡିକାଲ ଭିତରେ ଅବାଧ ଗାଡି ପ୍ରବେଶ ଉପରେ କଟକଣା

ଅନୁଗୁଳ: ପ୍ରାୟ ଦୁଇ ସପ୍ତାହ ତଳେ ଅନୁଗୁଳ ମୁଖ୍ୟ ଡାକ୍ତରଖାନାର ବିଭିନ୍ନ ସମସ୍ୟା ର ସମାଧାନ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବିପତ୍ର ଦିଆଯିବା ପରେ ସ୍ୱାସ୍ଥ୍ୟ ପ୍ରଶାସନ ଚେତିଥିବା ଜଣା ପଡ଼ିଛି। ବିଭିନ୍ନ ଦାବି ମଧ୍ୟରୁ ଘରୋଇ ଆମ୍ବୁଲାନ୍ସ ବେଆଇନ ଭାବେ ମେଡିକାଲରୁ ରୋଗୀ ନେଉଥିବା ଅଭିଯୋଗ ହୋଇଥିଲା ।ସ୍ୱାସ୍ଥ୍ୟ ପ୍ରଶାସନ ଏହା ଜାଣିବା ପରେ ଏଣିକି ଅବାଧ ଗାଡି ଚଳାଚଳ ଉପରେ କଟକଣା ଜାରି କରିଛନ୍ତି।ସେପ୍ଟେମ୍ବର ୨୮ ତାରିଖ ଠାରୁ ମେଡିକାଲ ର ଉଭୟ ଗେଟ ରେ ଜଗୁଆଳି ରଖାଯାଇ ତିନି ଓ ଚାରି ଚକିଆ ଯାନ କୁ ଯାଞ୍ଚ କରାଯାଇ ରୋଗୀ ଥିଲେ ଛଡାଯାଉଛି,ସେହିଭଳି ଘରୋଇ ଆମ୍ବୁଲାନ୍ସ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି।ସରକାରୀ ଆମ୍ବୁଲାନ୍ସ ନଥିଲେ ରୋଗୀମାନେ କେବଳ ଘରୋଇ ଆମ୍ବୁଲାନ୍ସ ନେଇପାରିବେ ବୋଲି ନିୟମ କରାଯାଇଛି ।

 

Share

Leave a Reply