ପାଠ୍ୟପୁସ୍ତକରେ ତ୍ରୁଟି ଓ ଦୁର୍ନୀତି ଅଭିଯୋଗ: ଅନୁଗୋଳରେ ବିଜେଡିର ବିଶାଳ ବିକ୍ଷୋଭ

You are currently viewing ପାଠ୍ୟପୁସ୍ତକରେ ତ୍ରୁଟି ଓ ଦୁର୍ନୀତି ଅଭିଯୋଗ: ଅନୁଗୋଳରେ ବିଜେଡିର ବିଶାଳ ବିକ୍ଷୋଭ

ଅନୁଗୋଳ: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଏବଂ ପ୍ରକାଶନରେ ୩୮୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଅନୁଗୋଳରେ ବିଜୁ ଜନତା ଦଳ ପକ୍ଷରୁ ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ କରାଯାଇଛି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ସଭା ଅନୁଷ୍ଠିତ ହୋଇଛି।
ବିଜେଡି ଅଭିଯୋଗ କରିଛି ଯେ, ଜାତୀୟ ଶିକ୍ଷା ନୀତି ଆଳରେ ପ୍ରକାଶିତ ପୁସ୍ତକରେ ରହିଥିବା ଭୁଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଏବଂ ଓଡ଼ିଆ ଭାଷା ଓ ସଂସ୍କୃତି ଉପରେ ଆକ୍ରମଣ। ରାଜ୍ୟ ସରକାର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ନୀରବ ରହିଥିବାରୁ ବିଜେଡି ନେତା ଓ କର୍ମୀମାନେ ତୀବ୍ର ବିରୋଧ କରିଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ଦଳ ପକ୍ଷରୁ ମନ୍ତ୍ରୀଙ୍କ ଇସ୍ତଫା, ତୁରନ୍ତ ବହିଷ୍କାର ଏବଂ ପୁସ୍ତକ ପ୍ରକାଶନ ଦୁର୍ନୀତିର ସିବିଆଇ (CBI) ତଦନ୍ତ ଦାବି କରାଯାଇଛି। କାର୍ଯ୍ୟକ୍ରମରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବହୁ ବରିଷ୍ଠ ନେତା, ପୂର୍ବତନ ବିଧାୟକ ଓ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply