ଅନୁଗୋଳ: ଆଜି ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ବ୍ଲକ୍ର କଙ୍କିନାଳୀ ଗ୍ରାମରେ ବିଜେପିର ଏକ ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ଦଳୀୟ ନେତୃବୃନ୍ଦ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଓ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଜେଡି ଓ କଂଗ୍ରେସରୁ ଅନେକ ନେତା ବିଜେପିରେ ଯୋଗ ଦେଇଥିଲେ। ଏହାସହ ‘ଏକ୍ ପେଡ଼ ମା କେ ନାମ୍’ କାର୍ଯ୍ୟକ୍ରମ ଅଧୀନରେ ବୃକ୍ଷରୋପଣ କରାଯାଇ ପରିବେଶ ସୁରକ୍ଷା ପାଇଁ ବାର୍ତ୍ତା ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକଙ୍କ ସମେତ ତୁଳସୀପାଳ ଗ୍ରାମ ପଞ୍ଚାୟତର ବିଜେପି ସଭାପତି ବସନ୍ତ ବିଶ୍ଵାଳ, ବିଜେପି ନେତା ମନୋଜ ସାହୁ, ବିଜେପି ନେତା ପ୍ରକାଶ ସିଂହ, ନାଲକୋ ଆଲୁମିନିୟମ ମଜଦୁର ସଂଘର ସଭାପତି ମୁନା ସାମଲ, ବିଜେପି ମହୀଧରପୁର ମଣ୍ଡଳର ସଭାପତି ରାଧାକାନ୍ତ ପଟ୍ଟନାୟକ, ବିଜେପି ବଅଁରପାଳ ମଣ୍ଡଳର ସଭାପତି ସୁବ୍ରତ ସାହୁ, ବିଜେପି ନେତା ମନୋଜ ସାହୁ, ସୁଜିତ୍ ସାହୁ, ଅନିଲ ଗଡନାୟକ, ପ୍ରଦୀପ ସାମଲ, ତୁଳସୀପାଳ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଲୋକନାଥ ସାହୁ, ବଉଳିଗଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ଅମରେନ୍ଦ୍ର ଗଡ଼ନାୟକ ପ୍ରମୁଖ ଦଳର ବହୁ ନେତୃବୃନ୍ଦ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।











