ମହଙ୍ଗା ପଡିଲା ବେଆଇନ ହୋର୍ଡିଂ ଲଗାଇବା: ସୋ-ରୁମ୍ ମାଲିକକୁ ୪୫ ହଜାର ଟଙ୍କା ଫାଇନ୍

You are currently viewing ମହଙ୍ଗା ପଡିଲା ବେଆଇନ ହୋର୍ଡିଂ ଲଗାଇବା: ସୋ-ରୁମ୍ ମାଲିକକୁ ୪୫ ହଜାର ଟଙ୍କା ଫାଇନ୍

ଅନୁଗୋଳ: ସହରରେ ବେଆଇନ ଭାବେ ହୋର୍ଡିଂ ଲଗାଇଥିବା ଅଭିଯୋଗରେ ଜଣେ ପୋଷାକ ଦୋକାନ ମାଲିକଙ୍କୁ ପୌରପାଳିକା ପକ୍ଷରୁ ୪୫ ହଜାର ଟଙ୍କାର ଫାଇନ୍ ଲଗାଯାଇଛି।

ପୌର ନିୟମ ଅନୁସାରେ ସହର ଭିତରେ ଯେକୌଣସି ସ୍ଥାନରେ ହୋର୍ଡିଂ ଲଗାଇବା ପୂର୍ବରୁ ପୌରପାଳିକାରୁ ଅନୁମତି ଆଣିବା ସହ ନିର୍ଦ୍ଧାରିତ ଫି ପୈଠ କରିବା ବାଧ୍ୟତାମୂଳକ। କିନ୍ତୁ ହେମସୁରପଡ଼ାରେ ନୂଆ କରି ଖୋଲିଥିବା “ଶ୍ରିଜନ୍ ଷ୍ଟାଇଲ” ନାମକ ପୋଷାକ ଦୋକାନର ମାଲିକ ଏହି ନିୟମକୁ ଉଲ୍ଲଙ୍ଘନ କରି ସହର ବିଭିନ୍ନ ସ୍ଥାନରେ ମନଇଚ୍ଛା ହୋର୍ଡିଂ ଲଗାଇଥିଲେ। ବିଷୟଟି ପୌରପାଳିକା ଅଧିକାରୀଙ୍କ ନଜରକୁ ଆସିବା ପରେ ସେମାନେ ତୁରନ୍ତ ତଦନ୍ତ କରିଥିଲେ। ଅନୁମତି ବିନା ହୋର୍ଡିଂ ଲଗାଯାଇଥିବା ପ୍ରମାଣିତ ହେବାରୁ ପୌରପାଳିକା ପକ୍ଷରୁ ଦୋକାନ ମାଲିକଙ୍କୁ ୪୫ ହଜାର ଟଙ୍କାର ଜରିମାନା କରାଯାଇଛି। ଏହା ସହିତ ସମସ୍ତ ବେଆଇନ ହୋର୍ଡିଂକୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସହରର ସୌନ୍ଦର୍ଯ୍ୟ ରକ୍ଷା ଓ ଯାତାୟତ ବ୍ୟବସ୍ଥାକୁ ସୁରୁଖୁରୁ ରଖିବା ପାଇଁ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପୌରପାଳିକା ପକ୍ଷରୁ କୁହାଯାଇଛି। ଆଗକୁ ମଧ୍ୟ ଏଭଳି ବେଆଇନ ହୋର୍ଡିଂ ଉପରେ କଡ଼ା ନଜର ରଖାଯିବ ବୋଲି ଅଧିକାରୀ ଚେତାବନୀ ଦେଇଛନ୍ତି।

Share

Leave a Reply