ଅବସରକାଳୀନ ବିଦାୟସଭା

You are currently viewing ଅବସରକାଳୀନ ବିଦାୟସଭା

ଅନୁଗୁଳ: ଅନୁଗୁଳ ଟାଉନ୍ ହାଇସ୍କୁଲର ପ୍ରଧାନଶିକ୍ଷକ ସରୋଜ କୁମାର ପାଣିଗ୍ରାହୀ ସରକାରୀ ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଗଗନ ବିହାରୀ ପ୍ରଧାନଙ୍କ ସଭାପତିତ୍ଵରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଶ୍ରୀ ପାଣିଗ୍ରାହୀ ୩୯ ବର୍ଷର ଚାକିରି କାଳ ମଧ୍ୟରେ ଟାଉନ ହାଇସ୍କୁଲର ସହକାରୀ ଶିକ୍ଷକ ଓ ପଦୋନ୍ନତି ପାଇ ପ୍ରଧାନ ଶିକ୍ଷକ ଭାବେ ଅବସ୍ଥାପିତ ଥିଲେ। ବିଦାୟକାଳୀନ ସମ୍ବର୍ଦ୍ଧନାରେ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ସମାଜସେବୀ କୁଞ୍ଜବିହାରୀ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟିର ସଦସ୍ୟ ବୃନ୍ଦାବନ ସ୍ୱାଇଁ, ସତ୍ୟାନନ୍ଦ ଦଳବେହେରା ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁର୍ଗାଚରଣ ବିଶୋୟୀ ପ୍ରମୁଖ ଯୋଗ ଦେଇ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ପାଣିଗ୍ରାହୀଙ୍କ ଉଦ୍ୟମରେ ଟାଉନ୍ ହାଇସ୍କୁଲ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କରିବା ସମ୍ପର୍କରେ ଆଲୋକପାତ କରିଥିଲେ।ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ପୃଥକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଶ୍ରୀ ପାଣିଗ୍ରାହୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଡିଇଓଙ୍କ କାର୍ଯ୍ୟାଳୟରେ ଶ୍ରୀ ପାଣିଗ୍ରାହୀଙ୍କ ସମେତ ଚାକିରିରୁ ଅବସର ନେଇଥିବା ଅନ୍ୟମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

Share

Leave a Reply