ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ପଞ୍ଚାୟତର ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ କରାଯାଇଥିବା ନେଇ ମଙ୍ଗଳବାର ରାତିରେ ପରିବାର ଲୋକମାନେ ଛେଣ୍ଡିପଦା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ମୁତାବକ, ସରପଞ୍ଚ ପ୍ରାର୍ଥୀ ମନୋଜ କୁମାର ସେଠୀ ମଙ୍ଗଳବାର ଅପରାହ୍ନ ୫ଟା ବେଳେ ନିର୍ବାଚନ ପ୍ରଚାର ପାଇଁ ଘରୁ ବାହାରିଥିଲେ ଏବଂ ସଂଧ୍ୟା ପରଠାରୁ ତାଙ୍କ ମୋବାଇଲ ସୁଇଚ ଅଫ ହୋଇଯାଇଥିଲା । ଏହା ପରଠାରୁ ପରିବାର ଲୋକ ଓ ତାଙ୍କର ସମର୍ଥକମାନେ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ତାଙ୍କର ସନ୍ଧାନ ପାଇ ନଥିଲେ । ଏପରିକି ଆଗରୁ ଅନେକ ଥର ମନୋଜଙ୍କୁ ଫୋନରେ କିଛି ଲୋକ ନିର୍ବାଚନ ନ ଲଢିବା ପାଇଁ ଧମକ ଦେଇ ଆସୁଥିଲେ। ଯାହାକୁ ନେଇ ପରିବାର ଲୋକମାନେ ଭୟଭୀତ ହେବା ସହିତ ମନୋଜଙ୍କର ଖୋଜ ଖବର ନପାଇବାରୁ ତାଙ୍କୁ କେହି ଅପହରଣ କରି ନେଇଥିବା ମନୋଜଙ୍କ ସ୍ତ୍ରୀ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ କରୁଅଛି ।
ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ !
- Post published:February 9, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal
