ଅନୁଗୁଳ: ପବିତ୍ର ଶୀତଳ ଷଷ୍ଠୀରେ ଅନୁଗୁଳ ଜିଲ୍ଲାର ସମସ୍ତ ଶୈବପୀଠରେ ଦେବଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। କରୋନା କଟକଣା ପାଇଁ ନିରାଡମ୍ବର ଭାବେ ଶିବ-ପାର୍ବତୀଙ୍କ ବିବାହ ହୋଇଥିଲା। ସରକାରଙ୍କ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଅନୁଗୁଳ ସହର ଅମଲାପଡ଼ା ଗାନ୍ଧିମାର୍ଗ ସର୍ପେଶ୍ଵର ମହାଦେବ ମନ୍ଦିରରେ ଶୀତଳ ଷଷ୍ଠୀ ପୂଜା ହୋଇଥିଲା। ପୂଜା କମିଟିର ସଭାପତି ବିଜୟ ତ୍ରିପାଠୀ ଓ ସମ୍ପାଦକ ଅମ୍ବିକା ପ୍ରସାଦ ଦେବତା ଏହି ପୂଜାର ଆୟୋଜନ କରିଥିଲେ । ପୂଜାରେ ଟାମଡାର ପୂର୍ବତନ ଅଧ୍ୟକ୍ଷ ତଥା ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁର ଜିଲ୍ଲା ସଂଯୋଜକ ଶକ୍ତି ପ୍ରସାଦ ପଟ୍ଟନାୟକ, ମନ୍ଦିର କମିଟି ଉପ ସଭାପତି ତଥା ଆଇନ୍ଜୀବୀ ପ୍ରଦୀପ ଦେବତା, ଚନ୍ଦନ କୁମାର ସାହୁ, ଦିଲୀପ ସାହୁ, ବାପି ପ୍ରଧାନ, ଗିରିଜା ପଟ୍ଟନାୟକ, ମକୁନ୍ଦ ପାଳ, ବୁବୁନା ମହାପାତ୍ର, ତ୍ରିଲୋଚନ ସାହୁ, ପ୍ରତାପ ମାଝୀ ପ୍ରମୁଖ ସହଯୋଗ କରିଥିଲେ।
ସର୍ପେଶ୍ଵର ମନ୍ଦିରରେ ହର-ପାର୍ବତୀଙ୍କ ବିବାହ
- Post published:June 16, 2021
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Angul TV Bureau

Tags: Angul