ଅନୁଗୁଳ: କଳାହାଣ୍ଡି ମହାଲିଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଶୁକ୍ରବାର ଅନୁଗୁଳ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ସୁଦୀପ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଗୁଳ ଏସପି ଅଫିସ ଘେରାଉ କରାଯାଇଥିଲା। ବିଜେପି ନେତା ଓ କର୍ମୀମାନେ ଅନୁଗୁଳ ଷ୍ଟାଡିୟମଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଅନୁଗୁଳ ଏସପି ଅଫିସ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏସପି ଅଫିସ ଭିତରକୁ ଧସେଇ ପଶିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ପୁଲିସ ୫୦୦ରୁ ଊର୍ଦ୍ଧ୍ଵ କାର୍ଯ୍ୟକର୍ତାଙ୍କୁ ଗିରଫ କରିଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ବିଜେପି ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଯୋଗ ଦେଇ ରାଜ୍ୟରେ ଚାଲି ଥିବା ଅନ୍ଧମୁକ ବଧିର ନାରୀ ଧର୍ଷଣ କାରୀ ବିଜେଡି ସରକାର ଉପରେ ବର୍ଷିଥିଲେ।
ରାଜ୍ୟ ସରକାର ମହିଳା ମାନଙ୍କୁ ସମ୍ମାନର କଥା କହୁଥିବା ବେଳେ ରାଜ୍ୟରେ ପ୍ରତ୍ୟେକ ଦିନ ନାରୀଙ୍କ ଉପରେ ଅତ୍ୟାଚାର ବଢି ଚାଲିଛି। ଦେଶରେ ମହିଳାଙ୍କ ଉପରେ ଅତ୍ୟାଚାରରେ ଆଜି ଓଡ଼ିଶା ଏକ ନମ୍ବର ହୋଇଛି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ମମିତା ମେହେର ହତ୍ୟାକାଣ୍ଡରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସମ୍ପୃକ୍ତି ରହିଛି ତେଣୁ ତାଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ବହିଷ୍କାର କରିବା ସହ ଗିରଫ କରିବା ପାଇଁ ଦାବୀ କରିଛନ୍ତି।
ଏଥିସହ ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବୀ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଡିଲେଶ୍ଵର ପ୍ରଧାନ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅଶୋକ ମହାନ୍ତି , ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା ଓ ପ୍ରତିମା ମିଶ୍ରଙ୍କ ସମେତ ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ଯଯାତି ପଟ୍ଟନାୟକ, ବିଜେପି ନେତା ସୁଦୀପ ଗଡ଼ନାୟକ, ବସନ୍ତ ମଞ୍ଜରୀ ପ୍ରଧାନ, ବିଜୟ ମାଝି, ପର୍ଶୁରାମ ବାରିକ, ପୁରୁଷୋତ୍ତମ ନାୟକ, ସମୀର ପରିଡା, ସୁନିଲ ବିଶ୍ୱାଳ, ବିରଜା ମୋହନ ପରିଡା, ସ୍ୱାଧୀନ ଥମ୍ବ, ବିକାଶ ନାହରା, ସନ୍ତୋଷ କୁମାର ମୋହାସୁପକାର, ହରେକୃଷ୍ଣ ପ୍ରଧାନ, ଚିକୁନ ବିଶ୍ୱାଳ, ଅନୀଲ ସାହୁ, ସୁମନ୍ତ ପ୍ରଧାନ, ସୁବ୍ରତ ମାଝୀ, ପ୍ରଶାନ୍ତ ନନ୍ଦ, ସୋମନାଥ ରାଉତ, ବିରେନ୍ଦ୍ର ସ୍ୱାଇଁ, ଚୌଧୁରୀ ପ୍ରଧାନ, ସୁଶାନ୍ତ ସାମଲ, ସଂଯୁକ୍ତା ମହାରଣା, ରୋଜା ଲୀନ ଦାସଙ୍କ ସମେତ ବହୁ କର୍ମକର୍ତ୍ତା ଓକର୍ମୀ ସାମିଲ ହୋଇଥିଲେ।
ମମିତା ହତ୍ୟାକାଣ୍ଡ ନେଇ ଅନୁଗୁଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ଏସପି ଅଫିସ ଘେରାଉ
