ମା’କୁ ଫେରାଇ ଆଣିବାକୁ ପୁଅର ଆକୁଳ ଗୁହାରି; ୧.୮୦ ଲକ୍ଷରେ ବିକ୍ରି ଅଭିଯୋଗ

You are currently viewing ମା’କୁ ଫେରାଇ ଆଣିବାକୁ ପୁଅର ଆକୁଳ ଗୁହାରି; ୧.୮୦ ଲକ୍ଷରେ ବିକ୍ରି ଅଭିଯୋଗ
Oplus_16908288

ଅନୁଗୋଳ: ଘରକାମ କରିବାକୁ ଯାଇ ମଧ୍ୟପ୍ରଦେଶରେ ଗୃହବନ୍ଦୀ ଥିବା ମା’କୁ ଉଦ୍ଧାର କରିବା ପାଇଁ ଶେଷରେ ବିଧାୟକଙ୍କ ଦ୍ୱାରସ୍ଥ ହୋଇଛି ପୁଅ। ସୂଚନା ଅନୁଯାୟୀ, ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ କଲଣ୍ତାପାଳ ଗ୍ରାମର ଅଜୟ ବେହେରାଙ୍କ ପତ୍ନୀଙ୍କୁ ଦୁଇ ବର୍ଷ ତଳେ ଭୁବନେଶ୍ୱରରେ କାମ ଦେବା ନାଁରେ ଅଙ୍ଗାରବନ୍ଧ ଗ୍ରାମର ଜଣେ ମହିଳା ସାଙ୍ଗରେ ନେଇଯାଇଥିଲେ। ମାତ୍ର ସେଠାରୁ ତାଙ୍କୁ ମଧ୍ୟପ୍ରଦେଶର ଅଶୋକ ନଗର ଜିଲ୍ଲା ଚନ୍ଦେରି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ୧ ଲକ୍ଷ ୮୦ ହଜାର ଟଙ୍କାରେ ବିକ୍ରି କରିଦିଆଯାଇଥିବା ଅଭିଯୋଗ ହୋଇଛି।

ପ୍ରାରମ୍ଭିକ ୬ ମାସ ଯୋଗାଯୋଗରେ ରହିବା ପରେ ମହିଳା ଜଣକ ଦୀର୍ଘଦିନ ଗାୟବ ଥିଲେ। ନିକଟରେ ସେ ପରିବାରକୁ ଫୋନ୍ କରି ନିଜକୁ ଗୃହବନ୍ଦୀ ରଖାଯାଇଥିବା ଏବଂ ମାଲିକ ତାଙ୍କୁ କିଣିଥିବାରୁ ଛାଡୁ ନଥିବା କଥା କାନ୍ଦି କାନ୍ଦି ଜଣାଇଥିଲେ।

ପରିବାର ପକ୍ଷରୁ ଗତ ୨୨.୧୨.୨୦୨୫ରେ ବଅଁରପାଳ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୁଲିସ କୌଣସି ସହଯୋଗ କରି ନଥିବା ଅଭିଯୋଗ ହୋଇଛି। ନ୍ୟାୟ ନମିଳିବାରୁ, ଶୁକ୍ରବାର ମହିଳାଙ୍କ ପୁଅ ସିପୁନ୍ ବେହେରା ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ମା’ଙ୍କୁ ସେହି ନର୍କରୁ ଉଦ୍ଧାର କରିବାକୁ ଗୁହାରି କରିଛନ୍ତି।

Share

Leave a Reply