ଅନୁଗୋଳ: ଆଜି ତାଳଚେର ବ୍ଲକ ଅନ୍ତର୍ଗତ କଙ୍କିଳି ଗ୍ରାମ ପଞ୍ଚାୟତର ଶିମିଳିପାଳ ଗ୍ରାମରେ ନିର୍ମାଣଧୀନ ମା’ ମଙ୍ଗଳାଙ୍କ ମନ୍ଦିରର ‘ଶୁଭ ରତ୍ନମୁଦ ଉତ୍ସବ’ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ପବିତ୍ର ଉତ୍ସବରେ ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଧାୟକ ଶ୍ରୀ ପ୍ରଧାନ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରି ସମସ୍ତ ଭକ୍ତବୃନ୍ଦ ଓ ତାଳଚେର ତଥା ଅନୁଗୁଳ ବାସୀଙ୍କ ସୁଖ, ସମୃଦ୍ଧି ଓ ନିରାମୟ ଜୀବନ କାମନା କରିଛନ୍ତି। କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି ଓ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
ମା’ ମଙ୍ଗଳା ମନ୍ଦିରର ରତ୍ନମୁଦ ଉତ୍ସବ: ଯୋଗଦେଲେ ବିଧାୟକ
- Post published:June 19, 2026
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau





