ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ୨ସ୍ଵର୍ଣ୍ଣ ସହ ୬ପଦକ

0

ଅନୁଗୁଳ: ଚଳିତ ମାସ ୮/୧୦/୨୪ ରିଖ ଠାରୁ ୧୨/୧୦/୨୪ ରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗିତା ଖୋର୍ଦ୍ଧା ଜିଲ୍ଲା କେ.ଟି ଗ୍ଲୋବାଲ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଥିଲା। ଉକ୍ତ ପ୍ରତିଯୋଗିତାରେ ଅନୁଗୁଳ ଜୁଡୋ ସଂଘ ସଂପାଦକ ସୁଧାଂଶୁ କୁମାର ପଣ୍ଡା, ସହ ସଂପାଦକ ଦୁଷ୍ୟନ୍ତ କୁମାର ନାଥ କୋଷାଧ୍ୟକ୍ଷ ବିରେନ୍ କୁମାର ଭୂତିଆଙ୍କ ତତ୍ତ୍ୱାବଧାନରେ ଅନୁଗୁଳ ଜିଲ୍ଲାରୁ ୨୦ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ୨ ଟି ସ୍ବର୍ଣ୍ଣ ପଦକ ସହ ୬ ଟି ପଦକ ହାସଲ କରିଛନ୍ତି।

ପଦକ ହାସଲ କରିଥିବା ଖେଳାଳି ମାନେ ହେଲେ ବାଳିକା ବିଭାଗରେ ଶ୍ରଦ୍ଧାଞ୍ଜଳି ସ୍ବାଇଁ ଓ ବାଳକ ବିଭାଗରେ ଅଂଶୁମାନ ମିଶ୍ର ସ୍ଵର୍ଣ୍ଣ ପଦକ, ରୋୖପ୍ୟ ପଦକ ପ୍ରୋଜ୍ୟଲ୍ ଗୋଏଥ୍ ,କାଂସ୍ୟ ପଦକ ନିରୁପେଶ୍ ମହାକୁଡ଼, ଆୟୁଷ ରଞ୍ଜନ ସାହୁ, ବିଶ୍ଵମ୍ବ୍ରିତ୍ ସାହୁ ହାସଲ କରି ଜିଲ୍ଲା ର ଗୌରବ ଅର୍ଜନ କରିଥିବାରୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ଜିଲ୍ଲା ଉପସଭାପତି ନିର୍ମଳ ଅଗ୍ରୱାଲ, ପଦ୍ମାଖି ସିଂହ ଉପଦେଷ୍ଟା ଜଗଦୀଶ ମିଶ୍ର ଖେଳାଳି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ଜଣାଇ ଥିଲେ।

ବିଧାୟକ ଖେଳାଳି ମାନଙ୍କୁ ଏଭଳି ସଫଳତା ହାସଲ କଲେ ଆଗାମୀ ଦିନରେ ସେମାନଙ୍କୁ ଆଗକୁ ବଢ଼ିବାକୁ ସାହାଯ୍ୟ ଓ ସହଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରିତମ ସାହୁ ଖେଳାଳୀ ମାନଙ୍କ କୋଚ ରୂପେ ପ୍ରତିଯୋଗିତା ଗସ୍ତରେ ଯାଇଥିଲେ।

Leave A Reply

Your email address will not be published.

error: Content is protected !!