ଅନୁଗୁଳ: କରୋନା କାଳରେ ଶିଳ୍ପନଗରୀ ଅନୁଗୁଳରେ ବାଇକ୍ ଚୋରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ନିତି ଜିଲ୍ଲାର ବିଭିନ୍ନ ଥାନା ଇଲାକାରୁ ବାଇକ୍ ଚୋରି ହେଉଥିବା ଅଭିଯୋଗ ସାମ୍ନାକୁ ଆସୁଛି। ମଙ୍ଗଳବାର ଦିନ ଉଭୟ ନାଲ୍କୋନଗର ଓ ବଅଁରପାଳ ଥାନା ଇଲାକାରୁ ୨ଟି ବାଇକ୍ ଚୋରି ହୋଇଛି। ଅପରାହ୍ନରେ ନାଲ୍କୋନଗର ଥାନା ଇଲାକା କୁରୁଡୁଲୁ ଗ୍ରାମର କୁନ୍ଦନ ପ୍ରଧାନଙ୍କ ଏକ ବାଇକ୍(ଓଡି୧୯କେ୫୬୪୧) ଚୋରି ହୋଇଯାଇଛି। କୁନ୍ଦନ ଅପରାହ୍ନ ୨ଟା ବେଳେ ଦୋକାନ ବନ୍ଦ କରି ବାଇକ୍ରେ ଘରକୁ ଆସିଥିଲେ। ଘର ସାମ୍ନାରେ ବାଇକ୍ ରଖି ଖାଇବାକୁ ଯାଇଥିଲେ । ଅପରାହ୍ନ ୩ଟା ବେଳକୁ ଘରୁ ବାହାରି ଦେଖିଲା ବେଳକୁ ତାଙ୍କ ବାଇକ୍ ଚୋରି ଗାଏବ୍ ହୋଇଯାଇଥିଲା । ବହୁ ଖୋଜାଖୋଜି କରି ନିରାଶ ହେବା ପରେ ସେ ନାଲ୍କୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ତାଳଚେର ଥାନା ଇଲାକା ଧରମପୁର ଗ୍ରାମର ସିଦ୍ଧେଶ୍ଵର ସାହୁ ମଙ୍ଗଳବାର ସକାଳେ ବଅଁରପାଳ ହାଟକୁ ଆସିଥିଲେ। ହାଟ ସାମ୍ନାରେ ବାଇକ୍ ରଖି ସେ ହାଟ ଭିତରକୁ ଯାଇଥିଲେ । ମାତ୍ର ହାଟରୁ ଫେରିବା ବେଳକୁ ତାଙ୍କ ବାଇକ୍ ଚୋରି ହୋଇଯାଇଥିଲା । ସେ ଏନେଇ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଘର ସାମ୍ନାରୁ ବାଇକ୍ ଚୋରି
- Post published:April 29, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
