ଆରମ୍ଭ ହେଲା ୫୪ତମ ରାଜ୍ୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା

You are currently viewing ଆରମ୍ଭ ହେଲା ୫୪ତମ ରାଜ୍ୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା

ଅନୁଗୁଳ: ଅନୁଗୁଳ ଷ୍ଟାଡିୟମ ଠାରେ ସୋମବାର ଠାରୁ ୫୪ ତମ ରାଜ୍ୟ ସ୍ତରୀୟ ସିନିଅର ଖୋ ଖୋ ପ୍ରତିଯୋଗିତା ଆରମ୍ଭ ହୋଇଛି। ଚାରିଗୋଟି କୋର୍ଟରେ ୯୦ ଟି ମ୍ୟାଚ ଅନୁଷ୍ଠିତ ହେବାର ଥିବାରୁ ସୋମବାର ସକାଳୁ ଖେଳ ଆରମ୍ଭ ହୋଇଛି। ଆନୁଷ୍ଠାନିକ ଉଦଘାଟନ ଅପରାହ୍ନରେ ହେବ। ମ୍ୟାଚକୁ ରାଜ୍ୟ ସଂଘ ସେକ୍ରେଟାରୀ ପ୍ରଦ୍ୟୁମ୍ନ ମିଶ୍ର ଓ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ନଡ଼ିଆ ବାଡେଇ ଆରମ୍ଭ କରିଥିଲେ। ତେବେ ଏ ଦୁହେଁ ନଡ଼ିଆ ବାଡ଼େଇବା ପୂର୍ବରୁ ଜଣେ କୋଚ ନଡ଼ିଆ ବାଡେଇ ଦେବାରୁ ଅଡୁଆ ପରିସ୍ଥିତି ଉପୁଜିଥିଲା। ଖେଳ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଖେଳାଳି ମାନଙ୍କ ପାଇଁ କରୋନା ପରୀକ୍ଷା ବାଧ୍ୟତାମୂଳକ କରା ଯାଇଛି।

Share

Leave a Reply