ଅନୁଗୁଳ: ଗୁରୁବାର ସଂଧ୍ୟାରେ ହୁଲୁରସିଂହା ଖେଳ ପଡ଼ିଆରେ ଜଣେ ଯୁବକ କ୍ରମାନ୍ଵୟରେ ୧୩ ଟି ବିଅର୍ ପିଇ ଅଚେତ୍ ହେବା ଘଟଣା ପଦାକୁ ଆସିଚି। ସୂଚନା ଯେ, ସନ୍ଧ୍ୟାରେ ଖେଳ ପଡ଼ିଆରେ ଏକାଠି ହୋଇଥିବା ଚାରି ସାଙ୍ଗଙ୍କ ମଧ୍ୟରେ ଚ୍ୟାଲେଞ୍ଜ ହେଲା ଯିଏ କ୍ରମାନ୍ୱୟରେ ୧୫ ଟି ଵିଅର ପିଇ ପାରିବ ତାକୁ ୧୫୦୦ ଟଙ୍କା ଇନାମ ମିଳିବ। ବାସ ଟୁକୁନା ନାଏକ ଏ ଚ୍ୟାଲେଞ୍ଜକୁ ଗ୍ରହଣ କଲା ଆଉ ଗୋଟେ ପରେ ଗୋଟେ ବିଅର୍ ଟେକି ଚାଲିଲା। ବନ୍ଧୁ ମାନେ ତାଳି ମାରି ଉତ୍ସାହିତ କରୁଥିଲେ। ୧୩ ଟି ବିଅର୍ ଟେକି ସାରିବା ପରେ ଟୁକୁନା ଦୁଲ କରି ତଳେ ଖସି ପଡ଼ିଲେ। ତାଙ୍କ ଏ ଅବସ୍ଥା ଦେଖି ସାଙ୍ଗମାନେ ଭୟରେ ଜାଗା ଛାଡି ପଳାଇଲେ । ସାହି ଲୋକେ ଖବର ପାଇ ୧୦୮ ଡ଼ାକି ଟୁକୁନାକୁ ଅନୁଗୁଳ ଡାକ୍ତରଖାନାରେ ଭର୍ତି କରାଇଛନ୍ତି।ଟୁକୁନାଙ୍କ ହାଲତ ଏବେ ଧିରେ ଧୀରେ ସୁଧୁରୁଚି।
କ୍ରମାନ୍ୱୟରେ ୧୩ ଟି ବିଅର ପିଇ ଯୁବକ ଅଚେତ୍
- Post published:February 25, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul