କୋଭିଡ ଟିକା ନେବାପରେ ବୃଦ୍ଧଙ୍କ ମୃତ୍ୟୁ !

You are currently viewing କୋଭିଡ ଟିକା ନେବାପରେ ବୃଦ୍ଧଙ୍କ ମୃତ୍ୟୁ !

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ କଞ୍ଜର। ଗାଁରେ କରୋନା ଟିକା ନେବାପରେ ଜଣେ ୬୭ ବର୍ଷ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଗାଁର ଦିଗାମ୍ବର ବେହେରା(୬୭) ଅଙ୍ଗନବାଡି କେନ୍ଦ୍ରରେ ହୋଇଥିବା ଟୀକାକେନ୍ଦ୍ରରେ ଟୀକା ନେଇଥିଲେ।। ସେଠାରେ ଅଧଘଣ୍ଟା ବସିବାପରେ ଘରକୁ ଫେରି ଖାଇଥିଲେ। ପରେପରେ ସେ ଅସୁସ୍ଥ ହୋଇ ଅଚେତ ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ଦିଗମ୍ବରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଖବର ଜଣାପଡ଼ିବା ପରେ ଦିଗାମ୍ବରଙ୍କ ପରିବାରଲୋକେ ଏବଂ ଗ୍ରାମବାସୀ ଘଟଣା ନେଇ ପାଟିଗୋଳ କରିଥିଲେ। କରୋନା ମାର୍ଗଦର୍ଶିକା ଅନୁସାରେ ଦିଗାମ୍ବରଙ୍କ ଶବ ବ୍ୟବଛେଦ କଟକ ବଡ ଡାକ୍ତରଖାନାରେ କରାଯିବାକୁ ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ ସ୍ଥିର କରିଲା। ସନ୍ଧ୍ୟା ୭ଟାରେ ମହାପ୍ରୟାଣ ଗାଡ଼ିରେ ଦିଗାମ୍ବରଙ୍କ ଶବ କଟକ ପଠା ଯାଇଛି। ଏ ନେଇ ଜିଲ୍ଲା ମୁଖ୍ର ଚିକିତ୍ସାଧିକାରୀ ଡା. ତ୍ରୀଲୋଚନ ପ୍ରଧାନଙ୍କୁ ଯୋଗଯୋଗ କରାଯିବାରୁ ସେ କହିଥିଲେ ଯେ, ଟିକା ନେଇ ସେ ଟିକା ଦାନ କେନ୍ଦ୍ରରେ ଅଧଘଣ୍ଟା ବସିଥିଲେ। ପରେ ଘରେ ଖାଇଛନ୍ତି। ଏହାପରେ ଅସୁସ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଛି। ତେଣୁ କେଭିଡ ପ୍ରୋଟୋକଲ ଅନୁସାରେ ଦିଗାମ୍ବରଙ୍କ ଶବ ବ୍ୟବଛେଦ କଟକ ଏସସିବିରେ କରାଯିବ ସେଠାରେ ଏକ ବିଶେଜ୍ଞେ ଡାକ୍ତରୀ ଦଳ ବ୍ୟବଛେଦ କରି ରିପୋର୍ଟ ପ୍ରଦାନ କରିବେ।

Share

Leave a Reply