birthday

ନିଆଁରେ ପୋଡ଼ିଗଲା ଧାନଗଦା ଓ ପାଳ ଭାଡ଼ି

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପ୍ରଧାନ ସାହି ଶିବ ମନ୍ଦିର ପାଖରେ ସୋମବାର ଅପରାହ୍ନରେ ଏକ ଅଗ୍ନିକାଣ୍ଡ ଘଟି ବହୁ ପରିମାଣର ଧାନ ପୋଡି ପାଉଁଶ ହୋଇଯାଇଛି। ଏଥିସହ ଏକ ପାଳଭାଡ଼ି ମଧ୍ୟ ପୋଡ଼ିଯାଇଛି। ଛେଣ୍ଡିପଦା ତଳ ସାହିର ଦୁଇଭାଇ ଇନ୍ଦ୍ରମଣି ନାୟକ ଓ ମଦନା ନାୟକଙ୍କ ପାଳ ଭାଡ଼ିରେ କୌଣସି କାରଣରୁ ନିଆଁ ଲାଗିଥିଲା। ଇନ୍ଦ୍ରମଣିଙ୍କ ପାଳଭାଡ଼ି ସହ ୧୨ ବସ୍ତା ଧାନ ପୋଡ଼ି ପାଉଁଶ ହୋଇଯାଇଛି। ସେହିପରି ମଦନା ନାୟକଙ୍କ ପାଳଗଦା ଓ ଧାନ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଲାଗିଥିବାର ଦେଖି ଗ୍ରାମବାସୀ ଓ ଯୁବମଞ୍ଚର ସଦସ୍ୟ ମାନେ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ। ଖବରପାଇ ଛେଣ୍ଡିପଦା ଅଗ୍ନିଶମ ସଂସ୍ଥା ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇ ଥିଲେ।

Leave A Reply

Your email address will not be published.

error: Content is protected !!