ଛୁଟି ଦିନ ଓ ରବିବାର ବ୍ୟତୀତ ସବୁ ଦିନ ହେବ ଟିକାକରଣ

You are currently viewing ଛୁଟି ଦିନ ଓ ରବିବାର ବ୍ୟତୀତ ସବୁ ଦିନ ହେବ ଟିକାକରଣ

ଭୁବନେଶ୍ୱର: ଏଣିକି ରବିବାର ଓ ପବ୍ଲିକ ଛୁଟି ଦିନ ବ୍ୟତୀତ ଅନ୍ୟ ସବୁ ଦିନ ଟିକାକରଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ। ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ପାଣିଗ୍ରାହୀଙ୍କ କହିବା ଅନୁସାରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ଟାର୍ଗେଟ ପାଖାପାଖି ହାସଲ ହୋଇଛି। ଦ୍ଵିତୀୟ ଡୋଜ ଟିକାକରଣ ଚାଲିଥିବା ବେଳେ ଏବେ ବୟସ୍କ ଲୋକଙ୍କ ଉପରେ ଧ୍ୟାନ ଦିଆଯାଉଛି।ସେ ଆହୁରି ମଧ୍ୟ କହିଛନ୍ତି ଯେ ଖରାକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ୭୦୦ ଟିକାକରଣ ସେଣ୍ଟର ବୃଦ୍ଧି କରାଯାଇଛି। ପ୍ରତିଦିନ ୧ ଲକ୍ଷ ବୟସ୍କ ଲୋକଙ୍କୁ ଟିକା ଦିଆଯିବାକୁ ଟାର୍ଗେଟ ରହିଥିବା ବେଳେ ଆଗକୁ ଏହି ସଂଖ୍ୟାରେ ବୃଦ୍ଧି ଯୋଜନା ରହିଛି।

Share

Leave a Reply