ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନିକଟବର୍ତ୍ତୀ ଗାଡରଖାଇ ନିକଟରେ ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ତିନିଟା ସମୟରେ ଏକ ଦନ୍ତା ହାତୀ ଆକ୍ରମଣରେ ବେନ୍ତପୁର ଗାଁ ର ଜଣେ ଯୁବକ ଆହତ ହୋଇଛନ୍ତି। ଗତ ପ୍ରାୟ ଏକ ସପ୍ତାହ ଧରି ୪୪ ଟି ହାତୀ ଢେଙ୍କାନାଳ ପଟୁ ଆସି ତୁଳସିପାଳ, ଗାଡ଼ରଖାଇ ଅଞ୍ଚଳରେ ପଶି ଧାନ ଫସଲ ନଷ୍ଟ କରୁଥିବା ଲୋକେ ଅଭିଯୋଗ କରି ଛନ୍ତି। ବେନ୍ତପୁରର ଯୁବକ ଚନ୍ଦ୍ରଭାନୁ ରଥ କାମରୁ ଘରକୁ ଫେରୁ ଥିବା ବେଳେ ଗୋଟିଏ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଆହତ ଚନ୍ଦ୍ରଭାନୁଙ୍କୁ ଅନୁଗୁଳ ଡାକ୍ତରଖାନା ନିଆ ଯାଇଛି। ଏ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ ବନ ବିଭାଗ ହାତୀଙ୍କୁ ଘଉଡ଼ାଇ ବାକୁ ଦାବି ହେଉଛି।
ହାତୀ ଆକ୍ରମଣରେ ଯୁବକ ଆହତ
- Post published:December 23, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul