ଅନୁଗୁଳ: ଏନ୍ଟିପିସି ଥାନା ନକନକା ଗାଁ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ରୁ ବଟି ଆଦାୟ କରିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ପୁଲିସ ସୂତ୍ରରୁ ପ୍ରକାଶ, ତାଳଚେର ଭୁବନେଶ୍ୱରୀ କୋଇଲା ଖଣିରୁ ଡେରେଙ୍ଗ ଜେଇଆଟିପିଏଲ୍ ପ୍ଲାଣ୍ଟକୁ ଶୁକ୍ରବାର ସକାଳେ ଏକ ଟ୍ରକ୍ କୋଇଲା ଆଣୁଥିଲା। ସକାଳ ୫ଟାବେଳେ ଉକ୍ତ ଟ୍ରକକୁ ୩ଜଣ ଯୁବକ ଅଟକାଇଥିଲେ। ଟ୍ରକ୍ ଚାଳକ ଖମାର ଥାନା ଅଞ୍ଚଳର କୀନ ଲାଗୁରୀଙ୍କୁ ଏନଟିପିସି ଥାନା ଭୀମକାଣ୍ଡ ଗାଁର କାଳିଆ ନାଏକ (୨୬), କଣିହାଁ ଥାନା ବଡ଼ତ୍ରିବିଡା ଗାଁର ଦୀପନ ସାମଲ (୨୫) ଓ ତାଳଚେର ଥାନା ବାଘୁଆବୋଲ ଗାଁର ସୁନିଲ ଦାଶ (୨୬) ଧମକ ଦେଇ ତାଙ୍କଠାରୁ ୫ ଶହ ଟଙ୍କା ବଟି ଆଦାୟ କରିଥିଲେ । ଏ ସଂପର୍କରେ ଶ୍ରୀ ଲାଗୁରୀ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁକରିବା ସହ, କାଳିଆ, ଦୀପନ ଓ ସୁନିଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଟ୍ରକରୁ ବଟି ଆଦାୟ, ୩ ଗିରଫ
- Post published:March 27, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
