CADLAB

ଜଳ ଭଣ୍ଡାରରେ ବୁଡ଼ି ରଙ୍ଗମିସ୍ତ୍ରୀ ମୃତ

0

ଅନୁଗୁଳ: କଣିହାଁ ବ୍ଲକ୍ ରେଙ୍ଗାଳି ଡ୍ୟାମ୍ ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ରଙ୍ଗମିସ୍ତ୍ରୀ ଡ୍ୟାମ୍ ଉପରୁ ଜଳଭଣ୍ଡାରକୁ ଡେଇଁ ପଡ଼ିଥିବା ବେଳେ ସୁରକ୍ଷା କର୍ମୀ ଉଦ୍ଧାର କରିବାକୁ ଯାଇ ବିଫଳ ହୋଇଥିଲେ। ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ମିଳିତ ଭାବେ ତଲାସି ଚଳାଇଥିଲେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ସଂପୃକ୍ତ ରଙ୍ଗମିସ୍ତ୍ରୀଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ଏକ ଠିକାସଂସ୍ଥାର ବୁଡାଳିଙ୍କ ସହଯୋଗରେ ରାତି ୮ଟା ବେଳେ ରଙ୍ଗମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ରଙ୍ଗମିସ୍ତ୍ରୀ ଅନୁଗୁଳ ସହର ଉପକଣ୍ଠ ଜରାସିଂହା ଗ୍ରାମର ଅକ୍ଷୟ ସାହୁ (୫୪) ବୋଲି ଜଣାପଡ଼ିଛି । ଜଳଭଣ୍ଡାରକୁ ଡେଇଁ ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ ପ୍ରକଟ କରିଛି ।

Leave A Reply

Your email address will not be published.