ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଚାକୁଣ୍ଡାମୁଣ୍ଡା ଗ୍ରାମର ପ୍ରକାଶ ପ୍ରଧାନ।
ପୋଲିସ ସୂଚନା ମୁତାବକ, ମହିଳା ଜଣଙ୍କ ନିକଟରେ ଥିବା ଏକ ଆମ୍ବ ବଗିଚାରେ ସୋମବାର ଆମ୍ବ ତୋଳୁ ଥିବା ବେଳେ ତାଙ୍କୁ ଏକୁଟିଆ ଦେଖି ପ୍ରକାଶ ଦୁର୍ବ୍ୟବହାର କରିବା ସହ ଟଣା ଓଟରା କରିଥିଲେ। ଏ ନେଇ ଥାନାରେ ମହିଳା ଜଣଙ୍କ ଅଭିଯୋଗ କରିଥିଲେ।
ପରେ ପୋଲିସ ତାଙ୍କ ଅଭିଯୋଗକୁ ଭିତ୍ତି କରି ନମ୍ବର ୧୨୯/୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରକାଶଙ୍କୁ ଗିରଫ କରି ଆଠମଲ୍ଲିକ କୋର୍ଟ ଚାଲାଣ କରିଛି।


