ଅନୁଗୋଳ: ଆସନ୍ତା ଗଣେଶ ପୂଜାକୁ ଭବ୍ୟ ଭାବେ ପାଳନ କରିବା ଲକ୍ଷ୍ୟରେ ଆଜି ଅମଲାପଡା ସ୍ଥିତ କ୍ଲବ ଗଣପତି ପ୍ରାଙ୍ଗଣରେ ପୂଜା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୂଜାର ସମସ୍ତ କାର୍ଯ୍ୟ ସୁରୁଖୁରୁରେ ପରିଚାଳନା ପାଇଁ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଚୟନ କରାଯାଇଛି।
ଚୟନ ହୋଇଥିବା କର୍ମକର୍ତ୍ତା ମଧ୍ୟରେ ସଭାପତି ଭାବେ ଚନ୍ଦ୍ରକାନ୍ତ ପ୍ରଧାନ, ସମ୍ପାଦକ ଚନ୍ଦନ କୁମାର ସାହୁ, ଉପସଭାପତି ସପେନ୍ଦ୍ର କୁମାର ସାହୁ, ଆଦର୍ଶ ସାହୁ, ସହ ସମ୍ପାଦକ ଲିବୁଲୁ ଜେନା, ପବିତ୍ର ଭଞ୍ଜ, ବିଶ୍ୱଜିତ ପ୍ରଧାନ ଯୁଗ୍ମ ସମ୍ପାଦକ ଅନିଲ ଭୂୟାଁ, ସତ୍ୟବ୍ରତ ବାରିହା, ମନୀଷ ପ୍ରଧାନ କୋଷାଧ୍ୟକ୍ଷ ଭାବେ ସୁବ୍ରତ ବାରିହା, ରବୀନ୍ଦ୍ର ସାହୁ ମନୋନୀତ ହୋଇଛନ୍ତି।
ସେହିପରି ଉପଦେଷ୍ଟା ଭାବେ ଦିଲୀପ ସାହୁ, ପତିତପାବନ ସାହୁ, ବୀରେନ୍ଦ୍ର ନାୟକ, ଦୀନେଶ ପ୍ରଧାନ, ତାପସ ରଞ୍ଜନ ନାୟକ, କୋଳାଳ କିଶୋର ପ୍ରଧାନ, ସୁଜିତ କୁମାର ସାହୁ, ନିଶାନ୍ତ ଜେନା, ରଞ୍ଜନ ସାହୁ, ଅରୁଣ ବରାଳ, ଅମରଜିତ ସ୍ୱାଇଁ, ସମରେଶ ନାଥ, ସ୍ନେହାଂଶୁ ସାମନ୍ତ, ସତ୍ୟଜିତ ଦେହୁରୀ, ବିରଞ୍ଜନ ମହାନ୍ତି ଓ ଶିବାନନ୍ଦ କରଙ୍କୁ ମନୋନୀତ କରାଯାଇଛି।
ବୈଠକରେ ପୂଜାର ବଜେଟ୍, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇ ଆଗାମୀ ଦିନର କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଛି। ସମସ୍ତଙ୍କ ସହଯୋଗରେ ଏଥର ପୂଜାକୁ ଅଧିକ ଆଡମ୍ବରର ସହ ପାଳନ କରାଯିବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି।











