ଆସନ୍ତା ୧୭ ରୁ ଜିଲ୍ଲାରେ ‘କୁଷ୍ଠ ରୋଗ ଚିହ୍ନଟ ଅଭିଯାନ’ ଆରମ୍ଭ, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ

You are currently viewing ଆସନ୍ତା ୧୭ ରୁ ଜିଲ୍ଲାରେ ‘କୁଷ୍ଠ ରୋଗ ଚିହ୍ନଟ ଅଭିଯାନ’ ଆରମ୍ଭ, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ

ଅନୁଗୋଳ: “କୁଷ୍ଠ ମୁକ୍ତ ଭାରତ” ଗଠନ ଲକ୍ଷ୍ୟକୁ ନେଇ ଆସନ୍ତା ଅଗଷ୍ଟ ୧୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ “କୁଷ୍ଠ ରୋଗ ଚିହ୍ନଟ ଅଭିଯାନ” ପରିଚାଳିତ ହେବ। ଏହି ଅଭିଯାନର ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲାପାଳ ଅବ୍‌ଦାଲ୍ ମୁହମ୍ମଦ୍ ଅଖ୍‌ତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନର ମୁଖ୍ୟ ଯୋଜନା ଅଗଷ୍ଟ ୧୭ ରୁ ସମସ୍ତ ବ୍ଲକରେ ଆଶାକର୍ମୀମାନେ ଘରକୁ ଘର ଯାଇ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଏବଂ କୁଷ୍ଠ ରୋଗ ସନ୍ଦେହ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବେ, ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କୁ ୩ ଦିନ ମଧ୍ୟରେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଯିବ, କୁଷ୍ଠ ରୋଗରେ ଆକ୍ରାନ୍ତ ବୋଲି ନିଶ୍ଚିତ ହୋଇଥିବା ବ୍ୟକ୍ତିମାନଙ୍କୁ ଏମଡିଟି ଦ୍ୱାରା ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ପ୍ରଦାନ କରାଯିବ।

ଏହି ବୈଠକରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ମନୋଜ କୁମାର ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭି.ବି.ଡି.) ଡ଼. ପୂର୍ଣ୍ଣିମା ଉଦଗାତା, ଅତିରିକ୍ତ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ଶତପଥୀ, ଡବ୍ଲୁଏଚଓ ଡ଼. ଶ୍ୟାମବନ୍ଧୁ ରଥଙ୍କ ସମେତ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଓ କୁଷ୍ଠ ରୋଗ ନିବାରଣ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା କୁଷ୍ଠରୋଗୀ ପରାମର୍ଶଦାତା ଡ଼. ସୂର୍ଯ୍ୟ ନାରାୟଣ ଦତ୍ତ ଓ ଏଡିପିଏଚସିଓ ପୁଷ୍ପଲତା ପ୍ରଧାନ ବୈଠକକୁ ପରିଚାଳନା କରିଥିଲେ।

Share

Leave a Reply