ଅନୁଗୋଳ ପୋଲିସ ପାଇଁ ଗର୍ବର ମୁହୂର୍ତ୍ତ: ମିଳିଲା ସମ୍ମାନଜନକ ଡିଜିପି ଡିସ୍କ

You are currently viewing ଅନୁଗୋଳ ପୋଲିସ ପାଇଁ ଗର୍ବର ମୁହୂର୍ତ୍ତ: ମିଳିଲା ସମ୍ମାନଜନକ ଡିଜିପି ଡିସ୍କ

ଭୁବନେଶ୍ୱର: ଓଡ଼ିଶା ପୋଲିସ ପକ୍ଷରୁ ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଏକ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଅନୁଗୋଳ ଜିଲ୍ଲାର ଏସ୍ପି ରାହୁଲ ଜୈନ, ଆଇ.ପି.ଏସ୍., ଇନ୍ସପେକ୍ଟର ଦିଗବିଜୟ ବିଶ୍ୱାଲ ଏବଂ ଡ୍ରାଇଭର ଶ୍ରୀବତ୍ସ ବେହେରାଙ୍କୁ ସେମାନଙ୍କର ଉତ୍କୃଷ୍ଟ ସେବା ଓ କାର୍ଯ୍ୟଦକ୍ଷତା ପାଇଁ ଡିଜିପି ଓଡ଼ିଶା ସମ୍ମାନଜନକ ‘ଡିଜିପି ଡିସ୍କ’ ପ୍ରଦାନ କରି ସମ୍ମାନିତ କରିଛନ୍ତି।

କର୍ତ୍ତବ୍ୟ ପ୍ରତି ନିଷ୍ଠା, ଅନୁକରଣୀୟ ସେବା ଏବଂ ବୃତ୍ତିଗତ ଉତ୍କର୍ଷତା ପାଇଁ ମିଳିଥିବା ଏହି ସଫଳତା ସମଗ୍ର ଅନୁଗୋଳ ପୋଲିସ ପ୍ରଶାସନ ପାଇଁ ଏକ ଗୌରବର ବିଷୟ ଅଟେ। ଏହି ସଫଳତା ପରେ ସମଗ୍ର ଅନୁଗୋଳ ପୋଲିସ ପରିବାର ଏବଂ ସର୍ବସାଧାରଣଙ୍କ ମହଲରୁ ସମସ୍ତ ପୁରସ୍କାରପ୍ରାପ୍ତ ଅଧିକାରୀ ତଥା କର୍ମଚାରୀଙ୍କୁ ଅଭିନନ୍ଦନର ସୁଅ ଛୁଟିଛି।

Share

Leave a Reply