ଅନୁଗୋଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜିଠୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ ସହ ଜନସମ୍ପର୍କ କାର୍ଯ୍ୟକ୍ରମରେ ଯୋଗଦେବେ।
ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ଆଜି ଅପରାହ୍ନ ୪:୩୦ ସମୟରେ ଢେଙ୍କାନାଳ ଜିଲ୍ଲାରୁ ବାହାରି ଅନୁଗୋଳ, ଜରପଡା ଓ ଛେଣ୍ଡିପଦା ଦେଇ ଦେବଗଡ଼ ଜିଲ୍ଲା ଅଭିମୁଖେ ଯାତ୍ରା କରିବେ। ୧୫ ଅଗଷ୍ଟ, ସନ୍ଧ୍ୟା ୫ ଘଟିକା ସମୟରେ ପାଲଲହଡ଼ା ସ୍ଥିତ ଜାତୀୟ ରାଜପଥ ବଙ୍ଗଳାରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ, ଜନସାଧାରଣ ଓ କାର୍ଯ୍ୟକର୍ତ୍ତାଙ୍କ ସହ ସାକ୍ଷାତ ଓ ଆଲୋଚନା କରିବେ। ପରେ ପାଲଲହଡ଼ାରୁ ଆସି ତାଳଚେର ସ୍ଥିତ ଦୀନଦୟାଲ ନଗରେ ପହଞ୍ଚିବେ।
୧୬ ଅଗଷ୍ଟ ସକାଳ ୧୧ ଘଟିକାରୁ ଦିନ ୧୨ ଘଟିକା ସମୟରେ ତାଳଚେର କଲେଜ ପଡିଆଠାରେ ତାଳଚେର ପୌର ପରିଷଦର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ନ ୩ ଟା ୩୦ ମିନିଟ ରେ ଦୀନଦୟାଲ ନଗରରୁ ଅନୁଗୁଳ ସର୍କିଟ ହାଉସ୍ ଯିବେ। ଅପରାହ୍ନ ୪ ଟା ୧୫ ମିନିଟ ରୁ ୪ ଟା ୫୦ ମିନିଟ ଅନୁଗୁଳ ସର୍କିଟ ହାଉସରେ ଅବସ୍ଥାନ କରିବେ। ସନ୍ଧ୍ୟା ୫ ଘଟିକାରେ କୋଦମ ପଡିଆ, ଅନୁଗୁଳ ଟାଉନରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ। ସନ୍ଧ୍ୟା ୬ ଘଟିକା ୩୦ ମିନିଟ୍ ରେ ଅନୁଗୁଳ ସର୍କିଟ ହାଉସରୁ ଦୀନଦୟାଲ ନଗର, ତାଳଚେର ଅଭିମୁଖେ ଫେରିବେ। ୧୭ ଅଗଷ୍ଟ, ସକାଳ ୧:୪୫ ରେ ଦୀନଦୟାଲ ନଗରୁ ବାହାରି ଏମସିଏଲ ଅତିଥି ନିବାସରେ ପହଞ୍ଚିବେ। ସେଠାରୁ କେନ୍ଦ୍ର ସାର ଓ ରସାୟନ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ସହ ତାଳଚେର ସାର କାରଖାନା ଟିଏଫଏଲ ପ୍ଲାଣ୍ଟ ପରିଦର୍ଶନ ସହ ସମୀକ୍ଷା ବୈଠକରେ ଯୋଗଦେବେ। ସନ୍ଧ୍ୟାରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ।
ତାଙ୍କ ଗସ୍ତ ସମୟରେ ଆସନ୍ତା ଅଗଷ୍ଟ ୨୧ ତାରିଖରେ ତାଳଚେର ଗୁରୁଜାଙ୍ଗଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ କାର୍ଯ୍ୟକ୍ରମ ଉପରେ ମଧ୍ୟ ସେ ସମୀକ୍ଷା କରିବେ ବୋଲି ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ପର୍ଶୁରାମ ବାରିକ ସୂଚନା ଦେଇଛନ୍ତି।











