ଅନୁଗୋଳ ଜିଲ୍ଲା କଂଗ୍ରେସର ବନ୍ଦ ଡାକରା: କୋଇଲା ପରିବହନ ଜନିତ ସମସ୍ୟା ଓ ଗିରଫ ପ୍ରତିବାଦରେ ୧୨ ଘଣ୍ଟିଆ ବନ୍ଦ

You are currently viewing ଅନୁଗୋଳ ଜିଲ୍ଲା କଂଗ୍ରେସର ବନ୍ଦ ଡାକରା: କୋଇଲା ପରିବହନ ଜନିତ ସମସ୍ୟା ଓ ଗିରଫ ପ୍ରତିବାଦରେ ୧୨ ଘଣ୍ଟିଆ ବନ୍ଦ

ଅନୁଗୋଳ: କୋଇଲା ପରିବହନ ଯୋଗୁଁ ସୃଷ୍ଟି ହେଉଥିବା ଜନସମସ୍ୟା ଏବଂ ମିଛ ମାମଲାରେ ଯୁବକଙ୍କ ଗିରଫ ପ୍ରତିବାଦରେ ଆସନ୍ତା ୧୨ ତାରିଖରେ ୧୨ ଘଣ୍ଟିଆ ଅନୁଗୋଳ ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ।

କୋଶଳା ପଞ୍ଚାୟତର ୫ ଜଣ ଯୁବକ ଦୀର୍ଘ ୧୧୫ ଦିନ ହେବ ଜେଲରେ ଥିବାବେଳେ ସେମାନଙ୍କ ମାମଲା ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ପ୍ରତିଦିନ ହଜାର ହଜାର କୋଇଲା ବୋଝେଇ ଟ୍ରକ ଚଳାଚଳ ଯୋଗୁଁ ଅଞ୍ଚଳରେ ଧୂଳି, ଶବ୍ଦ ପ୍ରଦୂଷଣ ଓ ଦୁର୍ଘଟଣା ବୃଦ୍ଧି ପାଉଛି।

ଏନେଇ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସମସ୍ୟାର ସମଧାନ ନହେଲେ ଆସନ୍ତା ୧୨.୦୮.୨୦୨୬ ତାରିଖରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜିଲ୍ଲା ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ପ୍ରତିନିଧି ଦଳରେ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Share

Leave a Reply