ଅନୁଗୁଳ: ଦୋଳ ପୁର୍ଣିମା ଅବସରରେ ସ୍ଥାନୀୟ ମଦନ ମୋହନ ମନ୍ଦିରରେ ପାରମ୍ପରିକ ନୀତିକାନ୍ତି ସହ ପୂଜାର୍ଚନା, ହୋମ ଯଜ୍ଞ, ପାଞ୍ଜି ପଠନ ଆଦି ହୋଇଥିଲା। ସନ୍ଧ୍ୟାରେ ମଦନ ମୋହନଙ୍କୁ ସୁସଜ୍ଜିତ ଦୋଳ ବେଦିକୁ ନିଆ ଯାଇଥିଲା। ଶ୍ରଦ୍ଧାଳୁ ମାନେ ଦୋଳିରେ ବିଜେ ରାଧା ଗୋବିନ୍ଦଙ୍କୁ ପୂଜା କରିବା ସହ ଦିଅଁଙ୍କୁ ଝୁଲାଇଥିଲେ। ଏହାପରେ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଅବିର ଖେଳ ଅନୁଷ୍ଠିତ ହୋଇଥିଲା।
