ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁଲିସ ଓ ହାବିଲଦାର ସଂଘ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଛେଳିଆପଡ଼ାଠାରେ ଥିବା ରିଜର୍ଭ ପୁଲିସ ଲାଇନ୍ଠାରେ ଆୟୋଜିତ ଏହି ଶପଥଗ୍ରହଣ ଉତ୍ସବରେ ଜିଲ୍ଲା ପୁଲିସ ମୁଖ୍ୟାଳୟର ଡିଏସ୍ପି ଏସସି ଶତପଥି ମୁଖ୍ୟ ଅତିଥିଭାବେ ଯୋଗଦେଇ ନବ ନିର୍ବାଚିତ ସଭାପତି ବାବୁଲି ନାୟକ, ଉପସଭାପତି ରାଜଶ୍ରୀ ପ୍ରଧାନ, ସମ୍ପାଦକ ଅରବିନ୍ଦ ସାହୁ, ସହ ସମ୍ପାଦକ ମାମୁଲି ନାୟକ ଓ ମାନସ ବେହେରା, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର କିଷାନ, କାର୍ଯ୍ୟକାରୀ ସଦସ୍ୟ ପ୍ରୀତି ପଲ୍ଲବୀ ପରିଡ଼ା, ଅଶୋକ ପଲେଇ, ଚନ୍ଦନ ନାୟକ, ସୁନିଲ ଅମାନ୍ତ, ପ୍ରକାଶ ମଲ୍ଲିକଙ୍କୁ ଶପଥ ପାଠ କରାଇଥିଲେ । ଏହି ଅବସରରେ ସଭାପତିଙ୍କ ଅନୁରୋଧ ଓ କାର୍ଯ୍ୟକାରୀ କମିଟିର ଅନୁମୋଦନରେ ସର୍ବସମ୍ମତରେ ପୂର୍ବତନ ସଭାପତି ଓ ମହାସଂଘର ପୂର୍ବତନ କୋଷାଧ୍ୟକ୍ଷ ପ୍ରଦୀପ୍ ପଟ୍ଟନାୟକଙ୍କୁ ଅନୁଗୁଳ ପୁଲିସ କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟିର ସଭ୍ୟଭାବେ ମନୋନୀତ କରାଯାଇ ଶପଥପାଠ କରାଯାଇଥିଲା । ଏଥିରେ ରିଜର୍ଭ ଇନିସପେକ୍ଟର ସୁଶାନ୍ତ କୁମାର ସାହୁ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।
ଅନୁଗୁଳ ଜିଲ୍ଲା ପୁଲିସ ହାବିଲଦାର ଓ କନେଷ୍ଟବଳ ସଂଘ
- Post published:March 9, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul