ତାଇକୋଣ୍ଡୋ ବେଲ୍ଟ ଗ୍ରେଡ଼ିଂ ଶିବିର

You are currently viewing ତାଇକୋଣ୍ଡୋ ବେଲ୍ଟ ଗ୍ରେଡ଼ିଂ ଶିବିର

ଅନୁଗୋଳ: ଚଳିତ ମାସ ତା ୧୩-୬-୨୦୨୬ ଦିନ ୧୦ତମ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ମା ବାସନ୍ତୀ ଦୁର୍ଗା ଖେଳପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷା ଶିବିରରେ ମୁଖ୍ୟ ଅତିଥି ଅନୁଗୋଳ ଟାଉନ୍ ଥାନା ଅଧିକାରୀ ପ୍ରକାଶଚନ୍ଦ୍ର ମାଝି ଯୋଗ ଦେଇ ତାଇକଣ୍ଡୋ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ ଓ ଆଜିର ସମାଜରେ ତାଇକୋଣ୍ଡୋ ଖେଳ ନାରୀମାନଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ ବୋଲି ପ୍ରକାଶ କହିଥିଲେ। ତତ୍ ସହିତ ନିଜକୁ ସୁସ୍ଥ ଓ ନିରୋଗ ରହିବା ପାଇଁ ତାଇକୋଣ୍ଡୋ ଖେଳ ନିତାନ୍ତ ଆବଶ୍ୟକ ବୋଲି ମଧ୍ୟ କହିଥିଲେ।

ଅନ୍ୟତମ ଅତିଥି ବରିଷ୍ଠ  ଆଇନଜିବୀ ଓ ସଂଘର ଉପଦେଷ୍ଟା ପ୍ରଦୀପ କୁମାର ଦେଵତା ଛାତ୍ରଛାତ୍ରୀ ମାନେ ରାଜ୍ଯ ଓ ଜାତୀୟ ସ୍ତରରେ ସୁନାମ ଆଣିବାକୁ  ପ୍ରେରଣା ଦେଇଥିଲେ  ଜିଲ୍ଳା କ୍ରୀଡ଼ା ସଂସଦର ସଦସ୍ୟ ରୁଚିର କୁମାର ଦାସ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ, ଉକ୍ତ ପରୀକ୍ଷା ଶିବିରରେ ୪୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ରାଜ୍ଯ ଓ ଜାତୀୟ ସ୍ତରରେ ପଦକ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପଦକ ଓ ମାନପତ୍ର ପ୍ରଦାନ କରିଥିଲେ। ଶିବିରରେ ଅନୁଗୋଳ ତାଇକୋଣ୍ଡୋ ସଂଘର ପ୍ରତିଷ୍ଠାତା ଓ ସମ୍ପାଦକ ଦୁଷ୍ୟନ୍ତ କୁମାର ନାଥଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥଲା ।

Share

Leave a Reply