ପୁରୁଣାକୋଟରେ ଅଭାବନୀୟ କାଣ୍ଡ: ଟାଙ୍ଗିଆରେ ବଡ଼ ଭାଇକୁ ହାଣିଲା ସାନ ଭାଇ

You are currently viewing ପୁରୁଣାକୋଟରେ ଅଭାବନୀୟ କାଣ୍ଡ: ଟାଙ୍ଗିଆରେ ବଡ଼ ଭାଇକୁ ହାଣିଲା ସାନ ଭାଇ

ଅନୁଗୁଳ: ଜିଲ୍ଲାର ପୁରୁଣାକୋଟ ଥାନା ଅନ୍ତର୍ଗତ ପୁକୁଣ୍ଡା ଗାଁରେ ଏକ ଅଭାବନୀୟ ଓ ହୃଦୟବିଦାରକ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ସାନ ଭାଇ ନିଜ ବଡ଼ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଟିଟୁନ ସେଠୀ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ସାନ ଭାଇ ବିପିନ ସେଠୀ ଏକ ଧାରାଳ ଟାଙ୍ଗିଆରେ ଟିଟୁନଙ୍କୁ ନିର୍ମମ ଭାବେ ଆକ୍ରମଣ କରିଥିଲା, ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଓ ଶୋକର ଛାୟା ଖେଳିଯାଇଛି। ଖବର ପାଇ ପୁରୁଣାକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା ଜାରି ରଖିଛି। ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

Share

Leave a Reply