ଅନୁଗୁଳ: କେନ୍ଦ୍ର ବିଜେପି ସରକାରଙ୍କ ଦ୍ଵାରା ପ୍ରଣୟନ ତିନି କୃଷି ଆଇନ୍ ବାତିଲ ଦାବିରେ କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଦିଲ୍ଲୀଠାରେ ଚାଲିଥିବା କୃଷକ ଆନ୍ଦୋଳନକୁ ୬ ମାସ ପୂରିଛି। କେନ୍ଦ୍ର ସରକାର କୃଷକମାନଙ୍କ ଦାବିକୁ ଉପେକ୍ଷା କରି ଚାଲିଥୀବାରୁ କୃଷକ ସଙ୍ଗଠନମାନଙ୍କ ପକ୍ଷରୁ ଗତକାଲି ଦେଶବ୍ୟାପୀ କଳା ଦିବସ ପାଳିତ ହୋଇଛି। କୃଷକ ଆନ୍ଦୋଳନ ସମର୍ଥନରେ ଏବଂ ତିନି କୃଷି ଆଇନ୍ ବାତିଲ ଦାବିରେ ଏସୟୁସିଆଇ (କମ୍ୟୁନିଷ୍ଟ ) କିଶୋରନଗର ଆଞ୍ଚଳିକ କମିଟି ସମ୍ପାଦକ ତୀର୍ଥ ବାସୀ ଭୋଇ, ଚାଷୀନେତା ରମଣୀ ରଞ୍ଜନ ପ୍ରଧାନ, ପୀତାମ୍ବର ପ୍ରଧାନ, ରବିନ୍ଦ୍ର ସାହୁ ପ୍ରମୁଖ କଳା ଦିବସରେ ଅଂଶଗ୍ରହଣ କରିଥିଲେ । ସେହିପରି ସଂଯୁକ୍ତ କିଶାନ ମୋର୍ଚ୍ଚା ସମେତ ବିଭିନ୍ନ ସଂଗଠନ ପକ୍ଷରୁ କଳା ଦିବସ ପାଳିତ ହୋଇଯାଇଛି । ଚାଷୀ ସଂଗଠନ ଏଆଇକେକେଏମ୍.ଏସ୍, ଶ୍ରମିକ ସଂଗଠନ ଏଆଇୟୁଟିୟୁସି, ଯୁବ ସଂଗଠନ ଡିୱାଇଓ ପକ୍ଷରୁ ଅନୁଗୁଳ ଜିଲ୍ଲାବ୍ୟାପୀ ସାମାଜିକ ଗଣମାଧ୍ୟମ କରି ଆରେ ଦାବି ସମ୍ପର୍କିତ ପ୍ଲାକାର୍ଡ ପ୍ରଦର୍ଶନ କରାଯିବା ସହ ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
କୃଷି ଆଇନ୍ ବାତିଲ ଦାବିରେ କଳା ଦିବସ
- Post published:May 27, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal

Tags: Angul