ଔଷଧ ଦୋକାନୀଙ୍କୁ ଟିକାକରଣ ଦାବି

You are currently viewing ଔଷଧ ଦୋକାନୀଙ୍କୁ ଟିକାକରଣ ଦାବି

ଅନୁଗୁଳ: କରୋନା ମହାମାରୀର ଦ୍ଵିତୀୟ ଲହର୍ ସାଂଘାତିକ ରୂପ ନେଲାଣି। ତେବେ ଟିକା ଏହି ମାହାମାରୀର ଏକମାତ୍ର ରକ୍ଷା କବଚ ସାଜିଥିବାରୁ ଔଷଧ ଦୋକାନୀ ଓ ଦୋକାନରେ କାର୍ଯ୍ୟରତ କର୍ମଚାରୀଙ୍କ ଟିକାକରଣ କରାଯିବାକୁ ଦାବି ହୋଇଛି। ସରକାରଙ୍କ ନିର୍ଦ୍ଦେଶମତେ ଏହି ଔଷଧ ଦୋକାନଗୁଡ଼ିକ ଖୋଲା ରହୁଛି। ସେମାନେ ଆବଶ୍ୟକ ବେଳେ ଘରେ ଔଷଧ ପହଞ୍ଚାଇ ଦେଉଛନ୍ତି। ଅନେକାଂଶରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବାର ସମ୍ଭାବନା ବି ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସମସ୍ତ ଔଷଧ ଦୋକାନୀ ଓ ଦୋକାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବାକୁ ଦାବି ହୋଇଛି।

 

Share

Leave a Reply