ତାଳଚେରରେ ପ୍ରଚାର ଆରମ୍ଭ କଲେ ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି

You are currently viewing ତାଳଚେରରେ ପ୍ରଚାର ଆରମ୍ଭ କଲେ ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି

ତାଳଚେର: ପ୍ରାକ୍ତନ ସାଂସଦ ତଥା ବିଜେପିର ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଗୁରୁବାର ଅପରାହ୍ନରେ ତାଳଚେର ଗସ୍ତ କରିଛନ୍ତି। ଗୋଡିବନ୍ଧ ଛକରେ ବିଜେପିର ତାଳଚେର ବିଧାନସଭା ପ୍ରାର୍ଥୀ କାଳନ୍ଦି ସାମଲ ଉପସ୍ଥିତ ରହି ଶ୍ରୀ ପାଣିଙ୍କୁ ସ୍ୱାଗତ କରିଥିଲେ।

ସମର୍ଥକଙ୍କ ସହ ଉଭୟେ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ପୈତୃକ ଗ୍ରାମ ଗୁରୁଜାଙ୍ଗରେ ପହଞ୍ଚି ସ୍ୱାମୀଜୀଙ୍କର ବିଗ୍ରହରେ ମାଲ୍ୟାର୍ପଣ କରି ପ୍ରଚାର ଆରମ୍ଭ କରିଥିଲେ। ପରେ ଗୁରୁଜାଙ୍ଗ ଗ୍ରାମରେ ହନୁମାନ ମନ୍ଦିର, ମା’ ତାରିଣୀ ମନ୍ଦିରରେ ଉଭୟ ନେତା ଦର୍ଶନ କରିଥିଲେ।ଗୁରୁଜାଙ୍ଗ, ଗୋଡବନ୍ଧ ଚକ,କଣ୍ଢାଳ ଛକ, ବାଲୁଙ୍ଗା ଗ୍ରାମରେ ଦେଉଳବେଡା ଠାରେ ଉଭୟଙ୍କୁ ଶତାଧିକ ଜନସାଧାରଣ ଉପସ୍ଥିତ ରହି ସମ୍ବର୍ଦ୍ଧନା ଦେଇଥିଲେ।

ଦେଉଳବେଡା ବିଏମଏସ କାର୍ଯ୍ୟାଳୟରେ ଶ୍ରମିକ ନେତାମାନେ ଉପସ୍ଥିତ ରହି ଉଭୟ ନେତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

Share

Leave a Reply