ଅନୁଗୁଳରେ ଜିଲ୍ଲାସ୍ତରୀୟ ଶ୍ରମିକ ଦିବସ ପାଳିତ; ୬୫୨ ହିତାଧିକାରୀଙ୍କୁ ୩.୬୧ କୋଟିରୁ ଊର୍ଦ୍ଧ୍ୱ ସହାୟତା ପ୍ରଦାନ

You are currently viewing ଅନୁଗୁଳରେ ଜିଲ୍ଲାସ୍ତରୀୟ ଶ୍ରମିକ ଦିବସ ପାଳିତ; ୬୫୨ ହିତାଧିକାରୀଙ୍କୁ ୩.୬୧ କୋଟିରୁ ଊର୍ଦ୍ଧ୍ୱ ସହାୟତା ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ସ୍ଥାନୀୟ ସଭାଘର ପରିସରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ମହାସମାରୋହରେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କୁ ଦେଶ ଗଠନର ପ୍ରକୃତ ବିନ୍ଧାଣୀ ଭାବେ ଅଭିହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗଦେଇ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ଜିଲ୍ଲାର ୬୫୨ ଜଣ ହିତାଧିକାରୀଙ୍କୁ ମୋଟ ୩,୬୧,୩୫,୮୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥିରେ ବିବାହ ସହାୟତା ବାବଦକୁ ସର୍ବାଧିକ ୨.୨୯ କୋଟି ଟଙ୍କା ଏବଂ ମୃତ୍ୟୁ ସହାୟତା ବାବଦକୁ ୧.୧୫ କୋଟି ଟଙ୍କା ସାମିଲ ରହିଛି। ଏହା ବ୍ୟତୀତ ଶିକ୍ଷା, ପ୍ରସୂତିକାଳୀନ ଓ ଅନ୍ତୋଷ୍ଟିକ୍ରିୟା ସହାୟତା ରାଶି ମଧ୍ୟ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ୩୦୦ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବା ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଅତିରିକ୍ତ ଜିଲ୍ଲାପାଳ ଓ ଶ୍ରମ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Share

Leave a Reply