ଅନୁଗୁଳ: ରବିବାର ସକାଳେ ଅନୁଗୁଳ କରଡ଼ାଗାଡିଆ ସ୍ଥିତ ଏକ ଠିକା କ୍ୟାମ୍ପରେ ଅଭାବନୀୟ ଘଟଣାରେ ଟ୍ରକ୍ ଚାଳକର ମୃତ୍ୟୁ ହୋଇଛି। ମୃତ ଟିପର ଚାଳକ ଅଶୋକ ମାଝୀ (୪୦)। ତାଙ୍କ ଘର ଠାକୁରଗଡ଼ ଥାନା ସିଆରିମାଳିଆ ଗ୍ରାମରେ ବୋଲି ଜଣା ପଡିଛି।
ପ୍ରକାଶ ଯେ, ସଜ୍ଜନ ଅଗ୍ରୱାଲଙ୍କ ଏହି ଠିକା କ୍ୟାମ୍ପରେ ଟିପର, ହାଇୱା ଗୁଡ଼ିକ ରାତିରେ ପାର୍କିଂ ହୋଇଥିଲା। ସକାଳେ ଗାଡି ଧୋଇବାକୁ ଅଶୋକ ପ୍ରସ୍ତୁତ ହେଉଥିଲେ। ଡୋର ଖୋଲି ଭିତରକୁ ପ୍ରବେଶ କରିବା ବେଳେ ପାଖରେ ପାର୍କିଂ ହୋଇଥିବା ଅନ୍ୟ ଏକ ଗାଡ଼ି ହଠାତ୍ ପଛକୁ ଗଡିଥିଲା। ଫଳରେ ଡୋର ମଝିରେ ଚାପି ହୋଇ ଘଟଣା ସ୍ଥଳରେ ଅଶୋକଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହାକୁ ନେଇ କିଛି ସମୟ ପାଇଁ କ୍ୟାମ୍ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ସଦର ଥାନା ପୁଲିସ ଘଟଣା ସ୍ଥଳରୁ ମୃତଦେହ ଜବତ କରି ଅନୁସନ୍ଧାନ ଚଳାଇଛି।